ବାରିପଦା: ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବାବା ଶ୍ରୀ ଶ୍ରୀ ମଣ୍ଡଳେଶ୍ବର ମହାଦେବଙ୍କ ସହ ମା ଅନ୍ନପୂର୍ଣ୍ଣେଶ୍ବରୀଙ୍କ ବିବାହୋତ୍ସବ ଅନୁଷ୍ଠିତ।  କୋଭିଡ କଟକଣା ଅନୁସାରେ କେବଳ ସୀମିତ ସେବାୟତଙ୍କ ଦ୍ବାରା ଚଳିତ ବର୍ଷ ନିରାଡମ୍ବର ଭାବେ ବିବାହ କାର୍ଯ୍ୟ ସମାପନ ହୋଇଛି। ଚଳିତ ବର୍ଷ ବରପିତା ଭାବେ ସୋମନାଥ ଦାଶ ଏବଂ ଧର୍ମପତ୍ନୀ ମୌସୁମୀ ଦାଶ ଯୋଗ ଦେଇଥିବା ବେଳେ କନ୍ୟାପିତା ଭାବେ କୃଷ୍ଣଚନ୍ଦ୍ର ପାତ୍ର ଏବଂ ତାଙ୍କ ସହଧର୍ମିଣୀ ହରିପ୍ରିୟା ପାତ୍ର ଯୋଗ ଦେଇଥିଲେ। ମନ୍ଦିର ର ମୂଖ୍ୟ ପୂଜକ ପ୍ରମୋଦ କୁମାର ଦାଶ ଙ୍କ ପ୍ରତ୍ୟକ୍ଷ ତତ୍ତ୍ବାଧାନରେ ରାମଚନ୍ଦ୍ର ମହାପାତ୍ର, ରବୀନ୍ଦ୍ର ନାଥ ଦାଶ, ଦେବେନ୍ଦ୍ର ନାଥ ଦାଶ ପ୍ରମୁଖ ପୂଜାକାର୍ଯ୍ୟ ସମାପନ କରିଛନ୍ତି। ତେବେ ପ୍ରତିବର୍ଷ ଧୁମଧାମ ରେ ବିବାହ କାର୍ଯ୍ୟ ସମାପନ ହେଉଥିବା ବେଳେ ଗତ ବର୍ଷ ଠାରୁ କରୋନା ମହାମାରୀକୁ ଦୃଷ୍ଟିରେ ରଖି କୋଭିଡ କଟକଣା ପାଳନ କରାଯାଇ ବିବାହ କାର୍ଯ୍ୟ ସମାପନ ହୋଇଛି॥
The post ଶିବ ବିବାହ ଅନୁଷ୍ଠିତ, କୋଭିଡ କଟକଣାରେ ନିରାଡ଼ମ୍ବର ଭାବେ ସମାପନ ହେଲା ପରମ୍ପରା first appeared on Sambad.

from ଜିଲ୍ଲା | Sambad https://ift.tt/3zwfOAE