କଣ୍ଟାମାଲ : ଆଜି ସକାଳୁ ମନମୁଣ୍ଡା ସହର ଉପକଣ୍ଠ ଦେଉଳି ସ୍ଥିତ ତେଲନଦୀକୁ ଗାଧୋଇବା ପାଇଁ ଯାଇଥିବା ଜଣେ ବୃଦ୍ଧା ନଦୀରେ ଭାସି ଯାଇଥିଲେ। ଏଠାରୁ ୨ କିମି ଦୂର ବ।ସୁଦେବପାଲି ଗ୍ରାମ ନଦୀଘାଟରେ କେତେକ ସ୍ଥାନୀୟ ଲୋକ ଗାଧୋଉଥିବା ବେଳେ ଭାସୁଥିବା ଅବସ୍ଥାରେ ଉକ୍ତ ବୃଦ୍ଧାଙ୍କୁ ଦେଖି ତୁରନ୍ତ ଉଦ୍ଧାର କରିଥିଲେ।

ଉକ୍ତ ବୃଦ୍ଧା ଜଣକ ଦେଉଳି ଗ୍ରାମର ହୀରା ରାଜହଂସ (୬୫) ବୋଲି ସ୍ଥାନୀୟ ଲୋକେ ଚିହ୍ନଟ କରି ତାଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲେ। ଖବର ପାଇ ପରିବାର ଲୋକ ଆସି ହୀରାଙ୍କୁ ଘରକୁ ନେଇଥିଲେ। ତାଙ୍କ ସ୍ୱାସ୍ଥ୍ୟବସ୍ଥା ଠିକ ଥିବା ଜଣାପଡ଼ିଛି।

The post ନଦୀରେ ଭାସିଗଲେ ବୃଦ୍ଧା, ଉଦ୍ଧାର କଲେ ଗ୍ରାମବାସୀ first appeared on Sambad.

from ଜିଲ୍ଲା | Sambad https://ift.tt/3fNEcWI