ଦେଓଗାଁ : ବଲାଙ୍ଗୀର ଜିଲ୍ଲା ପ୍ରଶାସନର ସହଯୋଗରେ ଓରମାସ, ଓଡ଼ିଶା ଜୀବିକା ମିସନ ଓ ମିସନ ଶକ୍ତିର ମିଳିତ ଉଦ୍ୟମରେ ଦେଓଗାଁ ବ୍ଲକ୍‌ରେ ଚୋରମରା ଗଙ୍ଗା ଉତ୍ପାଦକ ଦଳ ଜରିଆରେ ଜିଲ୍ଲାସ୍ତରୀୟ ଭ୍ରାମ୍ୟମାଣ ‘ଆମ୍ବ ପସରା’ ତଥା ‘ଆମ ଗାଁର ଆମ୍ବ ପସରା’ ଉଦ୍‌ଘାଟିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଲୋକେ ଘରେ ରହି ବିଭିନ୍ନ ରକମର ଆମ୍ବ କ୍ରୟ କରିପାରିବେ। ଏଥିରେ ଆମ୍ରପଲ୍ଲୀ, ନୀଲମ୍, ଦଶରୀ, ବାଇଗଣପଲ୍ଲୀ, ଲେଙ୍ଗଡ଼ା, ସୁନ୍ଦରୀ, ମଲ୍ଲିକା ଇତ୍ୟାଦି ବିଭିନ୍ନ କିସମର ଆମ୍ବ ଗୁରୁବାରଠାରୁ ଆସନ୍ତା ୧୨ ତାରିଖ ପର୍ଯ୍ୟନ୍ତ ଜିଲ୍ଲାର ବିଭିନ୍ନ ସ୍ଥାନକୁ ଯୋଗାଇ ଦିଆଯିବ।

କାର୍ଯ୍ୟକ୍ରମକୁ ଓରମାସର ମୁଖ୍ୟ କମଳେ ପଲଙ୍କ ନେତୃତ୍ୱରେ ବିଡିଓ ଉଦ୍‌ଘାଟନ କରିଥିଲେ। ଓରମାସ୍‌ର ମଳୟ ସାହାଣୀ, ବ୍ଲକ ବିପିଏମ ପ୍ରଦୀପ ଛତ୍ରିଆ, ବ୍ରହ୍ମାନନ୍ଦ ପଧାନ, କସ୍ତୁରୀ ତରାଇ, ସବ୍ୟରାଣୀ ମହାଲିଙ୍ଗ ଏବଂ ଗଙ୍ଗା ଉତ୍ପାଦକ ଦଳ ସଭାନେତ୍ରୀ ବେଦମତୀ ସାହୁ, ସମ୍ପାଦିକା ବେଲମତୀ କ୍ଷେତି ଏବଂ ଉଦ୍ୟୋଗ ମିତ୍ର ଅନନ୍ତ ସାହୁ ଅଂଶ ଗ୍ରହଣ କରିଥିଲେ।

The post ଦେଓଗାଁ ବ୍ଲକ୍‌ରେ ଆମ୍ବ ପସରା କାର୍ଯ୍ୟକ୍ରମ ଉଦ୍‌ଘାଟିତ first appeared on Sambad.

from ଜିଲ୍ଲା | Sambad https://ift.tt/3igcH9U