ଭବାନୀପାଟଣା : ଭବାନୀପାଟଣା ସଦର ବ୍ଲକ୍‌ ଶଗଡ଼ା ଗ୍ରାମରେ ଗତ ତିନିଦିନ ଧରି ଅଘୋଷିତ ବିଦ୍ୟୁତ କାଟ ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଅତିଷ୍ଠ ହୋଇ ଗୁରୁବାର ଗ୍ରାମର ମହିଳାମାନଙ୍କ ନେତୃତ୍ୱରେ  ଶଗଡ଼ା ଚେକ୍‌ ଗେଟ ଠାରେ ରାସ୍ତାରୋକ କରାଯାଇଥିଲା। ଫଳରେ ଭବାନୀପାଟଣା ଥୁଆମୂଳ ରାମପୁର ମଧ୍ୟରେ ଯାତାୟାତ ଠପ୍  ହୋଇଥିଲା। ଉଭୟ ପାର୍ଶ୍ବରେ ଯାତାୟାତ ବନ୍ଦ ରହିଥିଲା। ଜିଲ୍ଲା ପ୍ରଶାସନ ଏଥିରେ ହସ୍ତକ୍ଷେପ କରି ତୁରନ୍ତ ସମାଧାନ କରିବାକୁ ଦାବି ହେଉଛି।

The post ଅଘୋଷିତ ବିଦ୍ୟୁତ କାଟ ପ୍ରତିବାଦରେ ମହିଳାଙ୍କ ରାସ୍ତାରୋକ first appeared on Sambad.

from ଜିଲ୍ଲା | Sambad https://ift.tt/3gEXAnO