ଜହ୍ନାପଙ୍କ: ଚଳିତ ବର୍ଷ ଭଲ ଆମ୍ବ ଆସିଥିବା ବେଳେ କରୋନା କଟକଣା ଯୋଗୁଁ ସରକାର ଲକଡାଉନ ଘୋଷଣା କରିଛନ୍ତି। ସେଥିପାଇଁ ବିକ୍ରୟ ପାଇଁ ସୁବିଧା ସୁଯୋଗ ନ ଥିବା ବେଳେ ବାହାର ଜିଲ୍ଲାକୁ ମଧ୍ୟ ଆମ୍ବ ଯାଇ ପାରୁନି। ଫଳରେ ଗଛରେ ଆମ୍ବ ନଷ୍ଟ ହେଉଥିବା ଅଭିଯୋଗ କରିଛନ୍ତି ଆମ୍ବ ଚାଷୀ। ବୌଦ୍ଧ ଉଦ୍ୟାନ ବିଭାଗର ସହାୟତାରେ ବୌଦ୍ଧ ବ୍ଲକର ବିଭିନ୍ନ ଗ୍ରାମର ଚାଷୀ ମାନେ ଆମ୍ବ ବଗିଚା କରି ଆମ୍ବ ଫଳାଇ ଥିଲେ। ହେଲେ ଚଳିତ ବର୍ଷ ଆମ୍ବ କିଆରି ରେ କରନା ମାଡ଼ ଯୋଗୁଁ ଟନ ଟନ ଆମ୍ବ ଗଛରେ ରହିଥିବା ବେଳେ ପଚି ନଷ୍ଟ ହୋଇଯାଉଛି। ଫଳରେ ଏବେ ଆମ୍ବ ଚାଷୀ କ୍ଷତି ସହୁଥିବା ଦେଖିବାକୁ ମିଳିଛି।

ବୌଦ୍ଧ ଜିଲ୍ଲାର ଗିର।ସିଙ୍ଗା ଠାରେ ଥିବା ଜଗନ୍ନାଥ ବନପ୍ରକଳ୍ପ ଲାଗି ବିପ୍ରଚରଣ ପ୍ରଧାନ, ଅବସରପ୍ରାପ୍ତ ସେନା ଅଧିକାରୀ ରଂଜିତ ଅମାତ ଓ ଭଞ୍ଜ ବାବୁ ତିନୋଟି ବଡ଼ ଚାଷୀ ଦୀର୍ଘ କୋଡିଏ ବର୍ଷ ଧରି ଆମ୍ବଚାଷ ବଗିଚା କରି ଆସୁଥିଲେ। ସେଠାରେ ଚଳିତ ବର୍ଷ ଆମ୍ବ ମଧ୍ୟ ଭଲ ଆସିଛି। ଚାଷୀ କରନା ପାଇଁ ବିକ୍ରୟ ହେଉ ନ ଥିବାରୁ ଆମ୍ବ ପଚି ନଷ୍ଟ ହେଉଥିବା ଚାଷୀ ଅଭିଯୋଗ କରିଛନ୍ତି। ଆମ୍ବ ଚାଷ ଗୋଟିଏ ଭଲ ବ୍ୟବସାୟ ହୋଇଥିବାରୁ ଦୀର୍ଘ ଦିନ ଧରି ଆମ୍ବ ଚାଷ କରି ବାଇଗଣପଲି, ଦୋଷରୀ, ଆମ୍ରପଲ୍ଲୀ, କଲମୀ, ହେମସାଗର, ବେଲ ସାଗର, ଦିଲ୍ଲୀବମ୍ବେ ଓ ଅନ୍ୟାନ୍ୟ ୧୦ ପ୍ରଜାତିର ଆମ୍ବ ଚାଷ କରିଥିଲେ।

Sambad

ଏଥିରେ ବିପ୍ରଚରଣଙ୍କ ୫୦୦ ଗଛ, ରଂଜିତଙ୍କ ୨୦୦ ଗଛ, ଭଞ୍ଜ ବାବୁଙ୍କ ୧୦୦୦ ଗଛ ଥିବା ବେଳେ ଏହି ଆମ୍ବ ଗୁଡିକ ସମ୍ବଲପୁର, କଟକ, ଭୁବନେଶ୍ୱର, ଅନୁଗୁଳ, ବାଲେଶ୍ୱର, କଲିକତା ସ୍ଥାନରୁ ପ୍ରତିବର୍ଷ ବ୍ୟବସାୟୀ ମାନେ ଆସି ଆମ୍ବ ଗୁଡିକୁ କିଣି ନେଉ ଯାଉଥିଲା। ଏ ତିନିଜଣ ଚାଷୀ ଜଣେ ଜଣେ ସଫଳ ଆମ୍ବ ହୋଇଥିବା ବେଳେ ଚାଷୀ ଲଗଡାଉନ ଯୋଗୁଁ ଚାଷରେ ବିଫଳ ହୋଇଛନ୍ତି। ଯାହା ଫଳରେ ପ୍ରତିପୋଷଣ କରିବେ ଏବଂ ଋଣ କିଭଳି ଭାବରେ ପରିସଦ କରିବେ ସେଥିପାଇଁ ଚିନ୍ତାରେ ଅଛନ୍ତି। ଏହି ଆମ୍ବ ବଗିଚାରେ ବହୁତ ଶ୍ରମିକ କାର୍ଯ୍ୟ କରି ପରିବାର ପ୍ରତିପୋଷଣ କରୁଥିଲେ, ଆମ୍ବ ବିକ୍ରି ହୋଇ ପାରୁ ନଥିବାରୁ ଆମ୍ବ ଚାଷୀ ମାନେ ତାଙ୍କୁ ଆଉ କାର୍ଯ୍ୟରେ ସେମାନଙ୍କୁ ଲଗାଉ ନାହାଁନ୍ତି। ଯାହା ଫଳରେ କି ସେହି ଶ୍ରମିକ ମାନଙ୍କୁ ମଧ୍ୟ ରୋଜଗାର ହରାଇବାକୁ ପଡିଛି। ଏବେ ଲକଡାଉନ ଯୋଗୁଁ ଆମ୍ବ ବିକ୍ରି ହୋଇ ନ ପାରିବାରୁ ଏହି ତିନି ଚାଷୀଙ୍କ ଭଳି ତେଲିବନ୍ଧ ପଂଚାୟତ ରାମପୁର, ଲକ୍ଷ୍ମୀପ୍ରସାଦ ପଂଚାୟତ କୌଡିଆତୋଳା, ଜଗତି, ଲକ୍ଷ୍ମୀପ୍ରସାଦ ଗ୍ରାମର ଅବସ୍ଥା ଏହିପରି। ଅନ୍ୟପଟେ ସରକାର କେବଳ ନିଜ ଇଚ୍ଛା ମୁତାବକ ଲଗଡାଉନ ଘୋଷଣା କରିଦେଇଛନ୍ତି ହେଲେ ସାଧାରଣତଃ ଚାଷୀ ମାନଙ୍କ ଅସୁବିଧା ସମ୍ପର୍କରେ କେବେ ଭାବି ନାହାନ୍ତି କିଭଳି ଭାବରେ ତାଙ୍କର ସମସ୍ୟାର ସମାଧାନ ହେବ ସେ ଦିଗରେ ଚିନ୍ତା କରିବା ଆବଶ୍ୟକ। କିଭଳି ଭାବରେ ଆମ୍ବ ବାହାର ଜିଲ୍ଲାକୁ ଯିବ ସେ ଦିଗରେ ପଦକ୍ଷେପ ଗ୍ରହଣ କରି ସହ ଆର୍ଥିକ ସହାୟତା ଯୋଗାଇ ଦେବାକୁ ଚାଷୀ ମାନେ ଦାବି କରିଛନ୍ତି।

The post ଲକଡାଉନ ଯୋଗୁଁ ବିକ୍ରିହୋଇ ପାରୁନି ଆମ୍ବ, ଚିନ୍ତାରେ ଚାଷୀ first appeared on Sambad.

from ଜିଲ୍ଲା | Sambad https://ift.tt/3psWFuw