ବିନିକା : ସୋନପୁର- ବିନିକା ମୁଖ୍ୟରାସ୍ତା ଜାମଛାପର ଛକ ପାଖରେ ଜଣଙ୍କଠାରୁ ଟଙ୍କା ଲୁଟ ଅଭିଯୋଗରେ ବିନିକା ପୁଲିସ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତମାନେ ହେଲେ ସୋନପୁର ପଟାଭାଡ଼ିର ରବି ମେହେର(୨୧), ଭାଗବତ ମଲ୍ଲିକ(୨୧) ଏବଂ ମନମୁଣ୍ଡା ବାସୁଦେବପାଲିର ବାଦଳ ସେଠୀ(୧୯)।

ପୁଲିସ ସୂତ୍ରରୁ ପ୍ରକାଶ ଯେ ସୂର୍ଯ୍ୟୋଦୟ ଫାଇନାନ୍ସ କମ୍ପାନିରେ କାମ କରୁଥିବା ବୌଦ୍ଧ ଜିଲ୍ଲା ବୁଟୁପାଲି ଗାଁର ବିକ୍ରମ ମେହେର ଗତ ୭ ତାରିଖ ଟଙ୍କା ସଂଗ୍ରହ କରି ବିନିକା ପଟରୁ ନିଜ ଗ୍ରାମକୁ ଫେରୁଥିଲେ। ଏହି ସମୟରେ ବିନିକା ଜାମଛାପର ଛକରେ ଦୁର୍ବୃତ୍ତମାନେ ଛୁରି ଦେଖାଇ ତାଙ୍କଠାରୁ ୬୩ହଜାର ଟଙ୍କା, ଗୋଟିଏ ମାବାଇଲ, ଏକ ପାୱାର ବ୍ୟାଙ୍କ ଲୁଟି ଫେରାର ହୋଇଥିଲେ। ଏନେଇ ବିକ୍ରମ ମହାଦେବପାଲି ଫାଣ୍ଡିରେ ଅଭିଯୋଗ କରିଥିଲେ। ବିନିକା ଥାନାରେ ଏକ ମାମଲା ରୁଜୁ ହୋଇ ପୁଲିସ ଘଟଣାର ତଦନ୍ତ ଜାରି ରଖିଥିଲା। ଲୁଟ ହୋଇଥିବା ମୋବାଇଲକୁ ଟ୍ରାକିଂ କରି ରବିବାର ରାତିରେ ପୁଲିସ ତିନି ଅଭିଯୁକ୍ତଙ୍କୁ ସେମାନଙ୍କ ଘରୁ ଗିରଫ କରିଥିଲା। ବିନିକା କୋର୍ଟରେ ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ବିଚାର ବିଭାଗୀୟ ଜେଲ୍‌ ହାଜତକୁ ପଠାଯାଇଛି।

The post ଛୁରା ଦେଖାଇ ଲୁଟ୍‌, ୩ କୋର୍ଟ ଚାଲାଣ first appeared on Sambad.

from ଜିଲ୍ଲା | Sambad https://ift.tt/3j0npSg