
ବୌଦ୍ଧ : ବୌଦ୍ଧ ଜିଲ୍ଲାର ବିଭିନ୍ନ ଅଞ୍ଚଳର ଶ୍ରମିକମାନେ ଦଳବଦ୍ଧ ଭାବରେ ଠିକାଦାର ପାଖରେ କାମ କରୁଥିଲେ। ଗତବର୍ଷ ବୌଦ୍ଧ ଜିଲ୍ଲାର ଦୁଇଜଣ ଠିକାଦାର ଓ ଭୁବନେଶ୍ବରର ଜଣେ ଠିକାଦାର ପାଖରେ ଏମାନେ କାମ କରୁଥିଲେ। ତିନି ଠିକାଦାରଠାରୁ ସେମାନେ ୪ ଲକ୍ଷ ଟଙ୍କା ପାଇବାକୁ ଥିବା ବେଳେ ମିଳିଛି ୨ ଲକ୍ଷ ଟଙ୍କା। ଟଙ୍କା ମାଗିଲେ ସେମାନଙ୍କୁ ଧମକ ଚମକ ଦେଉଛନ୍ତି ସଂପୃକ୍ତ ଠିକାଦାର।
ଏ ନେଇ ଯୁବକମାନେ ପୂର୍ବରୁ ଶ୍ରମ ଅଫିସରେ ଅଭିଯୋଗ କରିଥିଲେ। ହେଲେ କୌଣସି ସୁଫଳ ମିଳିନାହିଁ। ଫଳରେ ସୋମବାର ବନମାଳୀ ଉର୍ମା, ସରୋଜ ପାତ୍ର, ରବି ଜଗଦଲା, ମନମୋହନ ଉର୍ମାଙ୍କ ସହ ଯୁବକମାନେ ମଣ୍ଡଳ ଶ୍ରମ ଆୟୁକ୍ତଙ୍କ ଅଫିସ ସମ୍ମୁଖରେ ଧାରଣା ଦେଇଛନ୍ତି।
The post ଠକିଦେଲା ଠିକାଦାର, ଶ୍ରମ ଅଫିସ ଘେରିଲେ ଶ୍ରମିକ first appeared on Sambad.from ଜିଲ୍ଲା | Sambad https://ift.tt/3gOsDOg
0 Comments