ବାରିପଦା: କରୋନା କାରଣରୁ ରଜ ପାଳନକୁ ବାରଣ କରାଯାଇଛି।  ତେଣୁ ଶ୍ରୀପଦଗଞ୍ଜ ମହିଳା ମହାସଂଘ ପକ୍ଷରୁ ଆଜି ବାରିପଦା ପୌରପରିଷଦ ୱାର୍ଡ ନମ୍ବର ୧୩ରେ ଥିବା ବସ୍ତିରେ ମହିଳାମାନଙ୍କୁ ଶାଢ଼ୀ ପ୍ରଦାନ କରାଯାଇଥିଲା। ଏଥିସହିତ ଉକ୍ତ ବସ୍ତିରେ ମାସ୍କ ବଣ୍ଟନ କରି କରୋନାରୁ ରକ୍ଷା ନିମନ୍ତେ ସଚେତନ କରାଯାଇଥିଲା। ରଜ ଅବସରରେ ଏପରି ସାମାନ୍ୟ ଉଦ୍ୟମ କାରଣରୁ ବସ୍ତିର ମହିଳା ଓ କିଶୋରୀମାନଙ୍କ ମଧ୍ୟରେ ଖୁସି ପ୍ରଦାନ କରିବାର ଏହା ଏକ ପ୍ରୟାସ ବୋଲି ମହାସଂଘର ସଭାପତି ମଧୁସ୍ମିତା କୁଅଁରବାବୁ। ଏହି କାର୍ଯ୍ୟକ୍ରମ କୁ ସମ୍ପାଦିକା ସୁଷମା ଦାସଙ୍କ ସମେତ ମୀନା ମୁଖୀ, ଅନୁଜା ମାଇତି, ଦୀପାରାଣୀ ବେହେରା, ରଞ୍ଜିତା ମହାକୁଡ଼, ବୈଜୟନ୍ତି ପ୍ରମୁଖ ପରିଚାଳନା କରିଥିଲେ।
The post ବସ୍ତିର କିଶୋରୀ ଓ ମହିଳାଙ୍କ ସହିତ ରଜ ପାଳିଲେ; ଶାଢ଼ି ବାଣ୍ଟିଲେ, ମାସ୍କ ବାଣ୍ଟି ସଚେତନ କଲେ ମହିଳା ମହାସଂଘ first appeared on Sambad.

from ଜିଲ୍ଲା | Sambad https://ift.tt/3wskq8R