
ଜୟପୁର: ପବିତ୍ର ରଜ ପର୍ବ ଅବସରରେ ବସୁମତୀ ସାହିତ୍ୟ ସଂସଦ, ଜୟପୁରର ବାର୍ଷିକ ମୁଖପତ୍ର ବସୁମତୀ ଲୋକାର୍ପଣ କରାଯାଇଛି। ସରକାରୀ ଓକିଲ ବିଷ୍ଣୁ ପ୍ରସାଦ ପାତ୍ରଙ୍କ ସଭାପତିତ୍ୱରେ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏଥିରେ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ପ୍ରକାଶ କୁମାର ଦାଶ ଯୋଗ ଦେଇଥିଲେ। ଏହି ଅବସରରେ କୋରାପୁଟ ପୌରନିର୍ବାହୀ ଅଧିକାରୀ ଆଲୋକ ରଞ୍ଜନ ସାମନ୍ତରାୟ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସ୍ୱାସ୍ଥ୍ୟ ସେବିକା ପ୍ରମିଳା ମଲ୍ଲୀକଙ୍କୁ ବସୁମତୀ ସମ୍ମାନରେ ସମ୍ମାନିତ କରାଯାଇଥିଲା।
ସମ୍ପାଦକ ଚନ୍ଦ୍ରମଣି ବାରିକ ସ୍ୱାଗତ ଭାଷଣ ଏବଂ ସମ୍ପାଦକୀୟ ବିବରଣୀ ପ୍ରଦାନ କରିଥିଲେ। ଯଜ୍ଞେଶ୍ବର ପଣ୍ଡା ଏବଂ ଲୋକନାଥ ମହାନ୍ତି ମାନପତ୍ର ପାଠ କରିଥିଲେ। ଦିବଙ୍ଗତ ସାହିତ୍ୟିକ ଏବଂ ସଙ୍ଗୀତ ନିର୍ଦ୍ଦେଶକଙ୍କ ଉଦ୍ଦେଶ୍ୟରେ ଏକ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ପୁରସ୍ତମ ପରିଡା,ଇଂ.ରଞ୍ଜିତ ପଟ୍ଟନାୟକ,ଘାସିରାମ ମହାପାତ୍ର,ବାଳକୃଷ୍ଣ ନାୟକ,ଟୁକୁର ଦାସ,ବିଜୟ ନାୟକ,ନିଶୀଥ ରଞ୍ଜନ ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ଯଜ୍ଞେଶ୍ବର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।
The post ବସୁମତୀ ପତ୍ରିକା ଉନ୍ମୋଚିତ first appeared on Sambad.from ଜିଲ୍ଲା | Sambad https://ift.tt/3wp1bNn
0 Comments