ରାଉରକେଲା: ଲକ୍‌ଡାଉନ୍‌ରେ ମାତିଛନ୍ତି ବାଲି ମାଫିଆ। ବିନା ଅନୁମତିରେ ବିଭିନ୍ନ ଘାଟରୁ ବେଆଇନ ଭାବେ ଉଠାଉଛନ୍ତି ଲକ୍ଷ ଲକ୍ଷ ଟଙ୍କାର ବାଲି। ସହରର ତୁମକେଲା, ତେତରକେଲା, ପସରା, ଝିରପାଣି, ତରକେରା ସମେତ ଅନ୍ୟାନ୍ୟ ଘାଟରୁ ଦୈନିକ ଉଠୁଛି ଶହ ଶହ ଟ୍ରକ ବାଲି। ମାଫିଆମାନେ ସ୍ଥାନୀୟ ଅଞ୍ଚଳର କିଛି ‌ଲୋକଙ୍କ ସହାୟତାରେ ଏସବୁ ବେଆଇନ କାର୍ଯ୍ୟ।

ଟ୍ରକ, ଡମ୍ପର, ଟ୍ରାକ୍ଟରରେ ଜିଲ୍ଲାର ବିଭିନ୍ନ ଅଞ୍ଚଳକୁ ଚାଲାଣ କରୁଛନ୍ତି। ଆଜି ସେମିତି ଏକ ଗ୍ୟାଙ୍ଗର ତିନି ଗାଡି ଓ ଜେସିବିକୁ ଜବତ କରିଛି ରାଉରକେଲା ରାଜସ୍ବ ବିଭାଗ। ଜବତ ଗାଡିଗୁଡ଼ିକ ମଧ୍ୟରେ ରହିଛି ଦୁଇଟି ଡମ୍ପର, ଟ୍ରାକ୍ଟର ଓ ଗୋଟିଏ ଜେସିବି। ଗାଡିଗୁଡ଼ିକ ସେକ୍ଟର-୧୬ ତୁମକେଲା ଘାଟରୁ ବାଲି ଉଠାଇ ପାନପୋଷ ବାଲୁଘାଟ ଦେଇ ଚାଲାଣ ହେଉଥିଲା।

ଗୁପ୍ତା ସୂଚନା ପାଇ ରାଉରକେଲାର ଅତିରିକ୍ତ ତହସିଲଦାର ଓ ଆର୍‌ଆଇଙ୍କ ନେତୃତ୍ବରେ ଟିମ୍‌ ଚଢ଼ଉ କରି ବାଲୁଘାଟ ନିକଟରୁ ତିନିଟି ଗାଡିକୁ ଜବତ କରିଥିଲା। ସେମିତି ବାଲି ଉଠାଣରେ ବ୍ୟବହୃତ ହେଉଥିବା ଜେସିବିକୁ ମଧ୍ୟ ଜବତ କରିଥିଲେ। ଏମାନଙ୍କ ଠାରୁ ଲକ୍ଷାଧିକ ଟଙ୍କାର ଜରିମାନା ଆଦାୟ କରାଯାଇଥିବା ଜଣାପଡିଛି। ଆଗାମି ଦିନରେ ଚଢ଼ଉ ଜାରି ରହିବ ବୋଲି ରାଜସ୍ବ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

The post ଲକ୍‌ଡାଉନ୍‌ରେ ମାତିଛନ୍ତି ବାଲି ମାଫିଆ; ୩ ବାଲି ବୋଝେଇ ଗାଡି, ଜେସିବି ଜବତ first appeared on Sambad.

from ଜିଲ୍ଲା | Sambad https://ift.tt/3iFytEa