ଜହ୍ନାପଙ୍କ : ବୌଦ୍ଧ ବ୍ଲକ୍‌ ବ୍ରାହ୍ମଣିପାଲି ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପାଲି ଗ୍ରାମ କେନାଲସାହିରେ ରବିବାର ଭୋର ୪.୩୦ମିରେ ଆକସ୍ମିକ ଅଗ୍ନିକାଣ୍ଡ ଘଟି ରୁଷି ବେହେରାଙ୍କ ୨ ବଖରା ଘର ପୋଡ଼ି ପାଉଁଶ ହୋଇଯାଇଛି। ନିଆଁ କିପରି ଲାଗିଲା ଜଣା ପଡ଼ି ନଥିବା ବେଳେ ଏଥିରେ ତାଙ୍କ ଘରେ ଥିବା ମୂଲ୍ୟବାନ୍‌ କାଗଜପତ୍ର, ଲୁଗାପଟା, ଖାଦ୍ୟଶସ୍ୟ ପ୍ରଭୁତି ପୋଡ଼ି ପାଉଁଶ ହୋଇ ଯାଇଛି। ଖବର ପାଇ ବୌଦ୍ଧ ଦମକଳ ବାହିନୀ ପହଞ୍ଚିବା ବେଳକୁ ସବୁ ଭସ୍ମୀଭୂତ ହୋଇ ସାରିଥିଲା। ମୁଣ୍ଡାପଡ଼ା ରାଜସ୍ବ ନିରୀକ୍ଷକ ରଘୁନାଥ ମଲ୍ଲିକ ଘଟଣାସ୍ଥଳରେ ପହଞ୍ଚି କ୍ଷୟକ୍ଷତିର ଆକଳନ କରିଥିବା ଜଣାପଡ଼ିଛି। ଏହି ଗରିବ ଶ୍ରେଣୀର ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି ହେଉଛି।

The post ନିଆଁଲାଗି ୨ ବଖରା ଘର ଜଳିଗଲା first appeared on Sambad.

from ଜିଲ୍ଲା | Sambad https://ift.tt/35ftnpY