
ବୀରମହାରାଜପୁର: ବୀରମହାରାଜପୁର-ଅମରପାଲି ରାସ୍ତା ପ୍ରଶସ୍ତିକରଣ ଓ ନବିକରଣ କାର୍ଯ୍ୟ ଚାଲିଛି । ଏବେ କିଛି ମାସ ହେଲା ରାସ୍ତା କାମ ବନ୍ଦ ରହିଥିଲା । ବୀରମହାରାଜପୁର ଉପଜିଲ୍ଲାପାଳ ଛକଠାରୁ ମୁଖ୍ୟ ଛକ ପର୍ଯ୍ୟନ୍ତ ରିଙ୍ଗ ରୋଡ ନିର୍ମାଣ କାର୍ଯ୍ୟ ତ୍ରିବେଣୀ ଛକ ପର୍ଯ୍ୟନ୍ତ କାମ ସରିଛି । କିନ୍ତୁ ଜବର ଦଖଲ ଆରି ଯୋଗୁଁ ତ୍ରିବେଣୀ ଛକ ଠାରୁ ମୁଖ୍ୟ ଛକ କାର୍ଯ୍ୟ ଆରମ୍ଭ ହୋଇପାରୁନଥିଲା। ଏଣୁ ପ୍ରଶାସନ ପକ୍ଷରୁ ରାସ୍ତା ଅବରୋଧ ହଟାଇବା ପାଇଁ କିଛି ଦିନ ତଳେ ରାସ୍ତା ମାପ କରି ଜବର ଦଖଲ କାରିଗରୀ ମାନଙ୍କୁ ଚିହ୍ନଟ କରି କେତେ ଜମି ଛାଡ଼ିବାକୁ ପଡିବ ରାଜସ୍ବ ବିଭାଗ ତରଫରୁ ନୋଟିସ ଜାରି କରାଥିଲା ।
ଶନିବାର ଦିନ ୯.୩୦ରୁ ଏହି କ୍ରମରେ ଜବର ଦଖଲ ଉଚ୍ଛେଦ ଆରମ୍ଭ କରିବାପାଇଁ ବୀରମହାରାଜପୁର ତହସିଲଦାର ବିଜ୍ଞାନ କୁମ୍ଭାର, ପୁଲିସ ପ୍ରଶାସନ ପକ୍ଷରୁ ଉପଖଣ୍ଡ ପୁଲିସ ଅଧିକାରୀ ଡୋଲାମଣି ପଟେଲ, ଥାନା ଅଧିକାରୀ ଅଞ୍ଜଳି କୁମ୍ଭାର, ସ୍ବର ସୁଦର୍ଶନ ଦେହୁରୀ, ବିଜୟ କୁମାର ବାରିକ ଙ୍କ ସହ ୧୦ରୁ ପୋଲିସ ଅଫିସର ସହ ଦୁଇ ସେକ୍ସନ ପୋଲିସ ଫୋର୍ସ ଓ ଅନ୍ୟାନ୍ୟ ପୁଲିସ କର୍ମଚାରୀ ଉପସ୍ଥିତ ଥିଲେ । ତିନି ଜେସିବି ସହ ପାଞ୍ଚୋଟି ଟ୍ରାକ୍ଟର ଏଥିରେ ବ୍ୟବହୃତ ହେଉଥିବା ଦେଖିବାକୁ ମିଳିଥିଲା । ଜେସିବି ଓ ଟ୍ରାକ୍ଟର ଧରି ପହଞ୍ଚିଥିଲେ ମୁଖ୍ୟ ଛକ ଠାରେ । ଏହା ଦେଖି କିଛି ଦୋକାନୀ ନିଜ ଆଡୁ ଦୋକାନ ସମ୍ମୁଖରେ ଥିବା ଟିଣ ଚଦର ଓ ଦୋକାନର ବୋର୍ଡ଼ ସବୁ ଖୋଲି ଦେଇଥିଲେ ।
ଆଇନ୍ ଶୃଙ୍ଖଳା ଦୃଷ୍ଟିରେ ରଖି ଅନେକ ମହିଳା ପୋଲିସ ମଧ୍ୟ ମୁତୟନ କରାଯାଇଥିଲା । ଏହି ଜବର୍ ଦଖଲ ଉଚ୍ଛେଦ ବେଳେ ଉପୁଲା ରାଜସ୍ୱ ଅଧିକାରୀ ରୋହିତ କୁମାର ମିଶ୍ର ଓ ପୂର୍ତ୍ତ ବିଭାଗର ଅଧିକାରୀ ମଧ୍ୟ ଉପସ୍ଥିତ ଥିଲେ । ଜବର ଦଖଲ ଉଚ୍ଛେଦ ବେଳେ କିଛି ସ୍ଥାନରେ ପାତର ଅନ୍ତର କରାଯାଇଥିବାର ମଧ୍ୟ ଅଭିଯୋଗ ହୋଇଛି । ବୀରମହାରାଜପୁର ତ୍ରିବେଣୀ ଛକ ଓ ମୁଖ୍ୟ ଛକ ମଝିରେ ଅନେକ ବଡ ପାଚେରି ରାସ୍ତାକୁ ଲାଗି ରହିଥିଲେ ମଧ୍ୟ ତାର ପାଚେରି ଭଙ୍ଗା ଗଲାନାହି ବୋଲି ସାଧାରଣରେ ଆଲୋଚନା ହେଉଛି ।
The post ରାସ୍ତା ପ୍ରଶସ୍ତିକରଣ ପାଇଁ ବୀରମହାରାଜପୁର ଜବରଦଖଲ ଉଚ୍ଛେଦ ଆରମ୍ଭ କଲା ପ୍ରଶାସନ first appeared on Sambad.from ଜିଲ୍ଲା | Sambad https://ift.tt/35Uhc2h
0 Comments