ହରଭଙ୍ଗା : ହରଭଙ୍ଗା ବ୍ଲକ୍‌ ଧଳପୁର ପଞ୍ଚାୟତ କଙ୍କଲା ଗାଁର ସୁଶାନ୍ତ ବେହେରାଙ୍କ ବାଡ଼ିରୁ ଏକ ବିରଳ ଆମ୍ବ ତୋଳାଯାଇଥିଲା। ଏହା ଗୋଟିଏ ଚଢ଼େଇ ଭଳି ଦିଶୁଥିବାରୁ ଏହାକୁ ଦେଖିବାକୁ ଲୋକଙ୍କ ଗହଳି ଲାଗିଥିଲା।

ସୁଶାନ୍ତଙ୍କ ପରିବାର ସଦସ୍ୟଙ୍କ କହିବା ମତେ ଏହି ଆମ୍ବକୁ ଲକ୍ଷ୍ୟ କରିବା ପରେ ବଡ଼ ହେବା ପର୍ଯ୍ୟନ୍ତ ଗଛରୁ ନ ତୋଳି ଛାଡ଼ିଦେଇଥିଲେ। ବଡ଼ହେବା ପରେ ଶନିବାର ତୋଳିଥିଲେ। ଆମ୍ବଟିର ଓଜନ ପ୍ରାୟ ୨ଶହ ଗ୍ରାମ୍‌ ହେବ ଓ ଏହା ୪-୫ ଦିନରେ ପାଚିବ ବୋଲି କୁହାଯାଇଛି।

The post ବୌଦ୍ଧ: ସୁଶାନ୍ତଙ୍କ ବାଡ଼ିରୁ ମିଳିଲା ଚଢ଼େଉ ଭଳି ବିରଳ ଆମ୍ବ first appeared on Sambad.

from ଜିଲ୍ଲା | Sambad https://ift.tt/2UjgTvv