
ବରଗଡ଼ : ସମ୍ବଲପୁରୀ ବସ୍ତ୍ରାଳୟର ଏକ ଅତ୍ୟାଧୁନିକ ବିକ୍ରୟ କେନ୍ଦ୍ର ବୁଧବାର ହସ୍ତତନ୍ତ, ବୟନଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନଙ୍କ ଦ୍ବାରା ଉଦ୍ଘାଟିତ ହୋଇଯାଇଛି। ଉଦ୍ଘାଟନ ସମାରୋହରେ ସମ୍ମାନିତ ଅତିଥି ଭାବରେ ବିଧାୟକ ଦେବେଶ ଆଚାର୍ଯ୍ୟ, ଜିଲ୍ଲାପାଳ ଜ୍ୟୋତିରଂଜନ ପ୍ରଧାନ, ସମ୍ବିତ ଆଚାର୍ଯ୍ୟ, ଶିଶିର ନାଗ ପ୍ରମୁଖ ଉପସ୍ଥିତ ଥିଲେ।
ଏହି ବିକ୍ରୟ କେନ୍ଦ୍ରର ନିର୍ମାଣ ପାଇଁ ପ୍ରାୟ ୧ କୋଟି ୭୭ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ଏଥିରେ ବାର୍ଷିକ ୭ କୋଟି ଟଙ୍କାର ଲୁଗା ବିକ୍ରୟ ପାଇଁ ଲକ୍ଷ୍ୟଧାର୍ଯ୍ୟ କରାଯାଇଛି। ଏହି କାର୍ଯ୍ୟକ୍ରମକୁ ସମିତିର ସଂପାଦକ ସଂପୂର୍ଣ୍ଣାନନ୍ଦ ପ୍ରଧାନ, ବାଣିଜ୍ୟ ଅଧିକାରୀ ହେମନ୍ତ ମିଶ୍ର ସଂଯୋଜନା କରିଥିଲେ। ସମ୍ବଲପୁରୀ ବସ୍ତ୍ରାଳୟର ଉତ୍ପାଦିତ ବସ୍ତ୍ର ଏବେ ନିଜସ୍ବ ୱେବ୍ସାଇଟ୍ରେ ଅନ୍ଲାଇନ୍ ମାଧ୍ୟମରେ ମଧ୍ୟ ଉପଲବ୍ଧ ହେବ ବୋଲି ସମିତି ପକ୍ଷରୁ କୁହାଯାଇଛି।
The post ସମ୍ବଲପୁରୀ ବସ୍ତ୍ରାଳୟର ଅତ୍ୟାଧୁନିକ ବିକ୍ରୟ କେନ୍ଦ୍ର ଉଦ୍ଘାଟିତ first appeared on Sambad.from ଜିଲ୍ଲା | Sambad https://ift.tt/3ydgSHU
0 Comments