ଗଞ୍ଜାମର ୩ ଲକ୍ଷ ୮୦ ହଜାର ୭୯୭ ଭୂମିହୀନ ଚାଷୀ ପରିବାରଙ୍କୁ ମିଳିବ ସ୍ବତନ୍ତ୍ର କୋଭିଡ୍ ସହୟତା

ଛତ୍ରପୁର : ଗଞ୍ଜାମ ଜିଲ୍ଲାର ୩ ଲକ୍ଷ ୮୦ ହଜାର ୭୯୭ ଜଣ ଭୂମିହୀନ କୃଷକ ପରିବାରଙ୍କୁ ମିଳିବ ସ୍ବତନ୍ତ୍ର କୋଭିଡ୍ ସହାୟତା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଅପରାହ୍‌ଣ ୫ଟାରେ ଏହାର ଶୁଭାରମ୍ଭ କରିଛନ୍ତି। ‘କାଳିଆ’ ଯୋଜନା ହେଉଛି ସବୁଠାରୁ ଉତ୍ତମ ଯୋଜନା। କରୋନା ମହାମାରୀ ସମୟରେ ସବୁଠାରୁ ଅଧିକ କୃଷକ ପ୍ରଭାବିତ ହୋଇଛନ୍ତି। ଏଥିଲାଗି ଗରିବ ଭୂମିହୀନ କୃଷକ ପରିବାରଙ୍କ ପାଇଁ କୋଭିଡ୍ ସହାୟତା ଘୋଷଣା କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଓସ୍ବାନ୍ ସମ୍ମିଳନୀ କକ୍ଷରେ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ଆୟୋଜିତ କାର୍ଯ୍ୟକ୍ରମରେ ଛତ୍ରପୁର ଓ ରଙ୍ଗେଇଲୁଣ୍ତା ବ୍ଲକର ଚାଷୀ ଉପସ୍ଥିତ ଥିଲେ। ଛତ୍ରପୁର ବ୍ଲକ୍ ରାଜନାପଲ୍ଲୀ ଗ୍ରାମର ଚାଷୀ ରାମଚନ୍ଦ୍ର ପଢ଼ିଆରୀ ଓ କାହ୍ନୁ ପଢ଼ିଆରୀ ଏବଂ ରଙ୍ଗେଇଲୁଣ୍ତା ବ୍ଲକର ସୁରେଶ ଚନ୍ଦ୍ର ବେହେରା ଓ ଅଭିମନ୍ୟୁ ଦାସ ଖୁସି ବ୍ୟକ୍ତ କରିଥିବା ସହ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଘୋଷଣା କରିଛନ୍ତି। ଅନ୍ୟପକ୍ଷରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ କହିଛନ୍ତି ଯେ, ଆଜି ଏକ ଐତିହାସିକ ଦିନ ଗଞ୍ଜାମ ଜିଲ୍ଲାର ଲକ୍ଷାଧିକ ଚାଷୀଙ୍କୁ ଅଗ୍ରିମ୍ କୋଭିଡ୍ ସହାୟତା ଦେବାକୁ ଘୋଷଣା ହୋଇଛି। ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଦୁର୍ଯ୍ୟୋଧନ ପତଙ୍ଗ କହିଛନ୍ତି, ଗଞ୍ଜାମ ଜିଲ୍ଲାରେ ୪ ଲକ୍ଷ ୪୧ ହଜାର ୨୦ ଜଣ ଚାଷୀ ଅଛନ୍ତି। ସେହିପରି ୫ ଲକ୍ଷ ୬୫ ହଜାର ୪୪୮ ଜଣ ଭୂମିହୀନ ଚାଷୀ ଅଛନ୍ତି। ଉଦ୍ୟାନ ବିଭାଗର ଉପନିର୍ଦ୍ଦେଶକ ଶରତ ଚନ୍ଦ୍ର ବେହେରା ଓ ୱାଟର ସେଡ଼୍ ପ୍ରକଳ୍ପ ନିର୍ଦ୍ଦେଶକ ପି.କେ.ହଜାରୀ ପ୍ରମୁଖ ଉପସ୍ଥିତ ଥିଲେ।

The post ଗଞ୍ଜାମର ୩ ଲକ୍ଷ ୮୦ ହଜାର ୭୯୭ ଭୂମିହୀନ ଚାଷୀ ପରିବାରଙ୍କୁ ମିଳିବ ସ୍ବତନ୍ତ୍ର କୋଭିଡ୍ ସହୟତା first appeared on Sambad.

from ଜିଲ୍ଲା | Sambad https://ift.tt/2UfDsRy

Post a Comment

0 Comments