
ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ପାଇଁ ଖୁସି ଖବର। ବହୁ ଦିନର ପ୍ରତୀକ୍ଷାର ଅନ୍ତ ଘଟାଇ ସୋମବାରଠାରୁ ଜିଲ୍ଲାରେ ୧୮ରୁ ୪୪ବର୍ଷ ପର୍ଯ୍ୟନ୍ତ ବ୍ୟକ୍ତିବିଶେଷଙ୍କୁ କୋଭିଡ ଟିକାଦାନ କାର୍ଯ୍ୟକ୍ରମ ଆରମ୍ଭ ହେବ ବୋଲି ସୂଚନା ଦେଇଛନ୍ତି ଜିଲ୍ଲାପାଳ ଚଂଚଳ ରାଣା। ଜିଲ୍ଲାପାଳଙ୍କ ସୂଚନା ଅନୁସାରେ, ବଲାଙ୍ଗୀର ସହରର ଚାରୋଟି ସ୍ଥାନରେ ୧୦ଟି ସେସନ ରହିବ। ପ୍ରତି ସେସନରେ ଦୁଇଜଣ ଡିଇଓ, ଦୁଇଜଣ ଭେକସିନେଟର ରହିବେ। ରାଜେନ୍ଦ୍ର କଲେକ, ଟାଉନ ବାଳକ ହାଇସ୍କୁଲ, ସରସ୍ୱତୀ ଶିଶୁ ମନ୍ଦିର ଏବଂ ଜେଆଇଟିଏମ କଲେଜରେ ଟିକାକରଣ କରାଯିବ। ଏଥିପାଇଁ ଟିକାଦାନ କେନ୍ଦ୍ରରେ ପସ୍ତୁତି ସରିଛି। ରବିବାର ନିଜେ ଜିଲ୍ଲାପାଳ ସବୁ କେନ୍ଦ୍ରକୁ ଯାଇ ପ୍ରସ୍ତୁତି ଅନୁଧ୍ୟାନ କରିଥିଲେ। ଜିଲ୍ଲାପାଳ ଚଂଚଳ ରାଣା, ସିଡିଏମ୍ଓ ଡା. ଭୀମ ସାହୁ ଏବଂ ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ବିପିନ ବିହାରୀ ଦୀପ ପ୍ରମୁଖ କେନ୍ଦ୍ରଗୁଡ଼ିକ ବୁଲିଥିଲେ।
ଅଧଘଣ୍ଟାରେ ସରିଗଲା ସ୍ଲଟ୍ ବୁକିଂ
ରବିବାର ସଂଧ୍ୟା ୬ଟାରୁ କୋୱିନ ସାଇଟରେ ସ୍ଲଟ୍ ବୁକିଂ ଆରମ୍ଭ ହୋଇଥିଲା। ଏହା ଅଧଘଣ୍ଟାରେ ହିଁ ସରିଯାଇଥିଲା। ଯେଉଁମାନେ ଆଗରୁ ପଞ୍ଜୀକରଣ କରିଛନ୍ତି ସେମାନଙ୍କୁ ମଧ୍ୟ ସ୍ଲଟ୍ ବୁକିଂ କରିବାକୁ ପଡ଼ିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଏବେ ପ୍ରଥମ ପର୍ଯ୍ୟାୟରେ ଜିଲ୍ଲାକୁ ୬ ହଜାର ଡୋଜ୍ ଆସିଛି। ଦିନକୁ ୨ ହଜାର ଲେଖାଏଁ ତିନିଦିନ ଭେକସିନେସନ ଚାଲିବ। ତାପରେ ଆହୁରି ଅଧିକ ଆସିଲେ ପୁଣି ଟିକା ଦିଆଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି। ତେବେ ଏହା ସମୁଦ୍ରକୁ ଶଙ୍ଖେ ସଦୃଶ। ଏଣୁ ଆଗକୁ ବି ୧୮ରୁ ୪୪ ବର୍ଷ ଯାଏ ଟିକାକରଣ ପ୍ରକ୍ରିୟା କେମିତି ଚାଲୁ ରହିବ ସେ ଦିଗରେ ପ୍ରଶାସନ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି।
The post ଆଜିଠୁ ୧୮ରୁ ୪୪ ବର୍ଷୀୟଙ୍କୁ ଟିକାଦାନ, ପ୍ରସ୍ତୁତିର ଅନୁଧ୍ୟାନ କଲେ ଜିଲ୍ଲାପାଳ first appeared on Sambad.from ଜିଲ୍ଲା | Sambad https://ift.tt/3vU2oMu
0 Comments