
କଣ୍ଟାମାଳ : ରବିବାର ଅପରାହ୍ଣରେ ବଜ୍ରପାତ ଯୋଗୁଁ ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ୍ ଲୋକାପଡ଼ା ଗ୍ରାମ ନିବାସୀ ପୂର୍ବ ପେକ୍ସ ସଭାପତି ଶକ୍ତି ପ୍ରକାଶ ବିଶ୍ବାଳ ଓରଫ ବୁଲୁଙ୍କ ମୃତ୍ୟୁ ଘଟିଛି।
ପ୍ରାପ୍ତ ସୂଚନାନୁସାରେ ରବିବାର ଦିନ ପ୍ରାୟ ୧ଟା ବେଳେ ବୁଲୁ ନିଜ ଜମିରେ ଚାଲିଥିବା ପୋଖରୀ ଖୋଳା କାମ ଦେଖିବାକୁ ଯାଇଥିଲେ। ହଠାତ୍ ବର୍ଷା ହେବାରୁ ସେ ଘରକୁ ଫେରୁଥିବା ବେଳେ ବାଟରେ ତାଙ୍କ ଉପରେ ବଜ୍ରପାତ ହୋଇଥିଲା। ପରିବାର ଲୋକେ ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ସୋନପୁର ହସ୍ପିଟାଲକୁ ନେଇଥିଲେ। ମାତ୍ର ସେଠାରେ ଡାକ୍ତର ବୁଲୁଙ୍କୁ ମୃତ ଘୋଷଣା କରିଥିଲେ। ସ୍ବର୍ଗତ ବୁଲୁ ଲୋକପଡ଼ା ପେକ୍ସର ୩ ଥର ସଭାପତି ଦାୟିତ୍ୱ ସମ୍ପାଦନ କରିଥିଲେ।
The post ବଜ୍ରପାତରେ ପୂର୍ବ ପେକ୍ସ ସଭାପତିଙ୍କ ମୃତ୍ୟୁ first appeared on Sambad.from ଜିଲ୍ଲା | Sambad https://ift.tt/35ijjgc
0 Comments