
ସମ୍ବଲପୁର : ଦେଶର ଏପରିକି ଓଡ଼ିଶାର ବିଭିନ୍ନ ସ୍ଥାନରେ ସାଧାରଣ ପେଟ୍ରୋଲ୍ ଦର ୧୦୦ ଟଙ୍କା ଅତିକ୍ରମ କରି ସାରିଥିବାବେଳେ ରାଜ୍ୟର ଅନ୍ୟତମ ପ୍ରମୁଖ ବାଣିଜ୍ୟ ପେଣ୍ଠ ସମ୍ବଲପୁରରେ ରବିବାର ତିନି ଅଙ୍କର ଖୁବ୍ ନିକଟରେ ପହଞ୍ଚି ଯାଇଛି। ମିିଳିଥିବା ତଥ୍ୟ ଅନୁସାରେ ରବିବାର ସମ୍ବଲପୁର ଜିଲ୍ଲାର ସାଧାରଣ ପଟ୍ରୋଲ୍ ଦର ସର୍ବାଧିକ ୯୯ ଟଙ୍କା ୯୯ ପଇସା ରହିଛି। ସମ୍ବଲପୁର ସହରରେ ରବିବାର ଏଚ୍ପିସିଏଲ୍ ପେଟ୍ରୋଲ୍ ଦର ୯୯ ଟଙ୍କା ୮୦ ପଇସା ଥିଲାବେଳେ ବିପିସିଏଲ୍ର ଦର ୯୯ ଟଙ୍କା ୯୨ ପଇସା ଥିଲା। ଅନ୍ୟ କମ୍ପାନି ଗୁଡ଼ିକର ଦର ୯୯ ଟଙ୍କା ୭୫ ପଇସାରୁ ୯୯ ଟଙ୍କା ୯୯ ପଇସା ମଧ୍ୟରେ ରହିଛି। ରବିବାର ମଧ୍ୟ ରାତ୍ରରେ ଯଦି ଦାମ ବଢ଼ିଲା ତା’ହେଲେ ସୋମବାର ସକାଳ ୬ଟାରୁ ସମ୍ବଲପୁରରେ ଲୋକେ ୧୦୦ ଟଙ୍କାରେ ସାଧାରଣ ପେଟ୍ରୋଲ୍ କିଣିବେ।
ଗତ ୧୦ ଦିନରେ ସମ୍ବଲପୁରରେ ପେଟ୍ରୋଲ୍ ଦର ବିଚାରକୁ ନେଲେ କେବଳ ୨୪ ତାରିଖ ବ୍ୟତୀତ ଅନ୍ୟ ସବୁଦିନ ଦାମ କିଛି ନା କିଛି ବଢ଼ିଛି। ୧୮ ତାରିଖରୁ ୨୭ ତାରିଖ ମଧ୍ୟରେ ପ୍ରତିଦିନ କିଛି କିଛି ପଇସା ଦର ବୃଦ୍ଧି ହୋଇଥିଲାବେଳେ କେବଳ ୨୪ ତାରିଖ ଦିନ ୨୪ ପଇସା ହ୍ରାସ ପାଇଥିଲା। ଅପରପକ୍ଷରେ ତା’ ପରଦିନ ଅର୍ଥାତ୍ ୨୫ ତାରିଖରେ ସର୍ବାଧିକ ୬୪ ପଇସା ବୃଦ୍ଧି ପାଇଥିଲା। ତେଣୁ ସେହି ଅନୁଯାୟୀ ୨୮ ତାରିଖରେ ବଢ଼ିଲେ ତାହା ୧୦୦ ଟଙ୍କା ଅତିକ୍ରମ କରିଯିବ। ଅପରପକ୍ଷରେ ବେଶ କିଛି ଦିନ ପୂର୍ବରୁ ପ୍ରିମିୟମ୍ ପେଟ୍ରୋଲ୍ ୧୦୦ ଟଙ୍କା ଅତିକ୍ରମ କରି ସାରିଛି। ବର୍ତ୍ତମାନ ପ୍ରିମିୟମ୍ ବା ସ୍ପିଡ୍ ପେଟ୍ରୋଲ୍ ଦର ୧୦୩ ଟଙ୍କାରୁ ଅଧିକ ରହିଛି।
The post ସମ୍ବଲପୁରରେ ପେଟ୍ରୋଲ୍ ୧୦୦ ଛୁଇଁଲା first appeared on Sambad.from ଜିଲ୍ଲା | Sambad https://ift.tt/3qvRRW7
0 Comments