ଧର୍ମଗଡ଼ : ଜୁନାଗଡ଼ ବ୍ଲକ୍‌ ବଣିଜରା ମଣ୍ଡିର ସେଡ୍‌ ଭଡ଼ାରେ ଲାଗିଥିବା ଓ ସ୍ଥାନ ଅଭାବରୁ ଚାଷୀମାନେ ଖୋଲା ଆକାଶ ତଳେ ଧାନ ରଖିଥିବା ସଂପର୍କରେ ‘ସମ୍ବାଦ’ରେ ପ୍ରକାଶ ପାଇବା ପରେ ଆର୍‌ଏମ୍‌ସି ତତ୍ପରତା ପ୍ରକାଶ କରିଛି। ତୁରନ୍ତ ଭଡ଼ାରେ ଲାଗିଥିବା ଉକ୍ତ ସେଡ୍‌କୁ ଖାଲି କରି ଚାଷୀମାନଙ୍କୁ ଧାନ ରଖିବାର ସୁଯୋଗ ଦେଇଛି।

ପ୍ରକାଶ ଯେ, ଏହି ମଣ୍ଡି ଅଞ୍ଚଳର ଏମ ବଡ଼ ମଣ୍ଡି। ଧାନ ବିକ୍ରି ଚାହିଦାକୁ ଦୃଷ୍ଟିରେ ରଖି ଆର୍‌ଏମ୍‌ସି ତରଫରୁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ପିଣ୍ଡି, ସେଡ ଓ ଗୋଦାମ ଘର ନିର୍ମାଣ କରାଯାଇଛି। ଏଠାରେ ଚାଷୀମାନଙ୍କ ଧାନ ରଖିବା ପାଇଁ ଉଦ୍ଦିଷ୍ଟ ଥିଲା। କିନ୍ତୁ ନିର୍ମାଣର କିଛିଦିନ ପରେ କିଛି ପିଣ୍ଡି, ସେଡ ଓ ଦୁଇଟି ଗୋଦାମ ଘରକୁ ପ୍ରସାଦ ସିଡ୍ସ ନାମକ ଏକ ସଂସ୍ଥାକୁ ଭଡ଼ାରେ ଦିଆଯାଇଥିଲା। ଉକ୍ତ ସଂସ୍ଥାର ମାଲିକ ନିଜ କେନ୍ଦ୍ର ଲାଗି ଉଦ୍ଦିଷ୍ଟ ସାମଗ୍ରୀ ରଖିବା ସହ ବହୁ ଅଞ୍ଚଳକୁ ଅଳିଆ ଆବର୍ଜନା ମଧ୍ୟ କରିଥିବା ଚାଷୀ ଅଭିଯୋଗ କରିଥିଲେ।

ଚାଷୀଙ୍କ ଲାଗି ଉଦ୍ଦିଷ୍ଟ ପିଣ୍ଡି, ସେଡ ଓ ଗୋଦାମ ଭଡ଼ାରେ ଲାଗିଥିବାରୁ ଚାଷୀମାନେ ଚଳିତ ରବିଧାନ କିଣା ସମୟରେ ସେଡ୍‌ ବାହାରେ ଅତି ଦୟନୀୟ ଅବସ୍ଥ‌ାରେ ସେମାନଙ୍କ ଧାନ ରଖିଥିଲେ। ଏନେଇ ଗତ ୧୭ ତାରିଖ ‘ସମ୍ବାଦ’ରେ ପ୍ରକାଶିତ ହୋଇଥିଲା। ଏହା ପରେ ଜୁନାଗଡ଼ ଆର୍‌ଏମ୍‌ସି ଓ ଜିଲ୍ଲା ପ୍ରଶାସନ ପ୍ରସାଦ ସିଡ୍ସ ଅକ୍ତିଆର କରିଥିବା ସେଡ୍‌କୁ ଖାଲି କରାଇଛନ୍ତି। ଏବେ ସେ ସେଡ଼୍‌ରେ ଚାଷୀମାନଙ୍କ ଧାନ ରହିଥିବା ଦେଖିବାକୁ ମିଳିଛି।

The post ‘ସମ୍ବାଦ’ର ପ୍ରଭାବ: ଖାଲି ହେଲା ଭଡ଼ା ଲାଗିଥିବା ମଣ୍ଡିର ସେଡ୍‌ first appeared on Sambad.

from ଜିଲ୍ଲା | Sambad https://ift.tt/3gQQONe