
ବାମରା : ବାମରା ବ୍ଲକ ସଦର ମହୁକୁମା ଦଲଦଲିଆପଡ଼ାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଚରିତ୍ରକୁ ସନ୍ଦେହ କରି ସ୍ବାମୀ ତାଙ୍କ ସ୍ତ୍ରୀକୁ ପ୍ରାଣାନ୍ତକ ଆକ୍ରମଣ କରିଛି। ଠେଙ୍ଗାରେ ନିର୍ଘାତ ପିଟିବା ପରେ ଟାଙ୍ଗି ଧରି ହାଣିବାକୁ ଗୋଡ଼ାଇଛି। ଏହି ଘଟଣା ପରେ ସ୍ବାମୀ ଫେରାର ମାରିଥିବା ବେଳେ ପୁଲିସ ଆହତ ସ୍ତ୍ରୀଙ୍କୁ ଉଦ୍ଧାର କରି ଚିକିତ୍ସା କରାଇଛି।
ପୁଲିସ ସୂଚନା ଅନୁଯାୟୀ ବୁଧବାର ଅପରାହ୍ଣ ପ୍ରାୟ ୪ଟାରେ ଦଳଦଳିଆପଡ଼ା ନିବାସୀ ଅଶୋକ ଧଳ(୪୦) ନିଶାସକ୍ତ ଭାବରେ ଆସି ଘର ଥିବା ସ୍ତ୍ରୀ ଉର୍ମିଳା ଧଳ(୩୫) କୁ ହଠାତ ଏକ ଠେଙ୍ଗାରେ ନିସ୍ତୁକ ମାଡ଼ ମାରିଥିଲେ। ଏଥିରେ ଉର୍ମିଳାଙ୍କ ହାତ ଭାଙ୍ଗି ଯାଇଥିବାବେଳେ ମୁଣ୍ଡ ଫାଟି ଯାଇଛି। ଏତିକିରେ ଅଶୋକ ଶାନ୍ତ ନ ହୋଇ ପାଖରେ ଥିବା ଏକ ଟାଙ୍ଗିଆ ଧରି ଆକ୍ରମଣ କରିବାକୁ ଗୋଡ଼ାଇଥିଲା। ଭୟରେ ଉର୍ମିଳା ଜଣେ ପଡୋଶୀଙ୍କ ଘର ଭିତରେ ପଶି ଆତ୍ମଗୋପନ କରିଥିଲେ। ପରେ ଅଶୋକ ସାଇକେଲ, ଅସବାବପତ୍ର ଏବଂ ତାଙ୍କର ପଡ଼ୋଶୀର ବନ୍ଦଥିବା ତାଲା ଭାଙ୍ଗିବାକୁ ଚେଷ୍ଟା କରି ବିଫଳ ହେବାରୁ ତାଙ୍କର ମଧ୍ୟ ଜିନିଷପତ୍ରରେ ନିଆଁ ଲଗାଇ ଦେଇଥିଲା।
ଏ ସଂପର୍କରେ ସୂଚନା ପାଇ ଗୋବିନ୍ଦପୁର ଥାନା କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିବା ପୂର୍ବରୁ ସେ ଘର ପଛପଟ ଜମି ହିଡ଼ ଦେଇ ବାଇକ୍ରେ ଫେରାର ମାରିଥିବା ପୁଲିସ କହିଛି। ଅନ୍ୟପକ୍ଷରେ ଉର୍ମିଳାଙ୍କୁ ପୁଲିସ ଗୋବିନ୍ଦପୁର ଡାକ୍ତରଖାନାକୁ ନେଇ ଚିକିତ୍ସା କରାଇଛି। ପ୍ରକାଶ ସ୍ତ୍ରୀଙ୍କ ଚରିତ୍ର ଉପରେ ସନ୍ଦେହ କରି ସେ ଏଭଳି କରିଥିବା ଉର୍ମିଳା ପୁଲିସକୁ କହିଛି।
The post ଚରିତ୍ରକୁ ସନ୍ଦେହ କରି ସ୍ବାମୀର ଉନ୍ମତ୍ତ କାଣ୍ଡ, ପତ୍ନୀଙ୍କୁ ଠେଙ୍ଗାରେ ପିଟିଲା, ଟାଙ୍ଗିଆ ଧରି ଗୋଡ଼ାଇଲା first appeared on Sambad.from ଜିଲ୍ଲା | Sambad https://ift.tt/3d805xQ
0 Comments