
ମାଲକାନଗିରି: ମାଲକାନଗିରି ଜିଲ୍ଲାର ମାଥିଲି ବ୍ଲକ ଅନ୍ତର୍ଗତ ଭେଜାଗୁଡା ଗ୍ରାମପଞ୍ଚାୟତର ପୁଲାପାଲି ଗ୍ରାମର ଚାରି ଅନାଥ ଶିଶୁଙ୍କ ଖବର ଆଜି ସମ୍ବାଦରେ ପ୍ରକାଶ ପାଇବା ପରେ ପ୍ରଶାସନ ସହଯୋଗ କରିବା ପୂର୍ବରୁ ସମାଜସେବୀ ବିନୋଦ ଟାଵରି ଏହି ଚାରି ଅନାଥ ଶିଶୁଙ୍କ ନିକଟରେ ପହଞ୍ଚି ସହଯୋଗର ହାତ ବଢାଇଛନ୍ତି।
ସମାଜସେବୀ ବିନୋଦ ପୁଲାପାଲି ଗ୍ରାମରେ ପହଞ୍ଚି ପିଲମାନଙ୍କ ସହ କଥାବାର୍ତ୍ତା ହୋଇଥିଲେ। ତାଂକର ଦୁଃଖ ଶୁଣିବା ପରେ ଭାବବିହ୍ବଳ ହୋଇପଡିଥିଲେ। ବାପା ମାଆ ଚାଲିଯିବା ପରେ ବହୁ କଷ୍ଟରେ ଜୀବନ ବିତାଉଥିବା ଏହି ଶିଶୁମାନେ କହିଥିଲେ। ପ୍ରତ୍ୟେକ ପରବ ଏବଂ ଯାନିଯାତ୍ରାରେ ବାପା ମାଆଙ୍କୁ ଏମାନେ ମନେ ପକାଇ କାନ୍ଦନ୍ତି। ନିଜର ବୋଲି କେହି ଥିଲେ ମଧ୍ୟ ସେସବୁ ସୁବିଧା ସେମାନଙ୍କୁ ମିଳୁନଥିବାରୁ ଦୁଃଖ ପ୍ରକାଶ କରିଥିଲେ।
ତେବେ ବିନୋଦ କିନ୍ତୁ ସେମାନଙ୍କ ସବୁ ପ୍ରକାର ସହଯୋଗ କରିବେ ବୋଲି ପ୍ରତିଶ୍ରତି ଦେଇଥିଲେ। ସେମାନଙ୍କୁ ଚାରି ହଜାର ଟଂକା ଦେବା ସହ ଚାଉଳ, ଡାଲି ସହ ସମସ୍ତ ଦୈନନ୍ଦିନ ସାମଗ୍ରୀ ପ୍ରଦାନ କରିଥିଲେ। ସ୍କୁଲରେ ପାଠ ପଢିବା ପାଇଁ ମଧ୍ୟ ସମସ୍ତ ସହଯୋଗ କରିବେ। ଯାହା ଘଟିଗଲା ତାହାକୁ ମନେ ନପକାଇ ଆଗାମୀ ଦିନରେ କିପରି ବଂଚିବେ ସେନେଇ ଚିନ୍ତା କରିବାକୁ ବୁଝାଇଥିଲେ।
ବିନୋଦଙ୍କ ଏଭଳି ବଦାନ୍ୟତାରେ ଗ୍ରାମବାସୀ ଖୁସି ଜାହିର କରିଥିଲେ।ନିଜ ପାଖରେ ବିନୋଦଙ୍କୁ ପାଇ ତାଂକୁ ଗାଁକୁ ପାଛୋଟି ନେଇଥିଲେ। ଯେତେବେଳେ ବି ଜିଲ୍ଲାର କୌଣସି ଗରିବ ନିସ୍ପେଷିତ ପରିବାର ହେଉ ବା ବ୍ୟକ୍ତି ବିଶେଷ ହେଉ ଅସୁବିଧାରେ ପଡନ୍ତି ବିନୋଦ ତୁରନ୍ତ ସେମାନଙ୍କ ନିକଟରେ ପହଞ୍ଚି ନିଜର ସାମର୍ଥ୍ୟ ହିସାବରେ ସହଯୋଗ କରିଥାନ୍ତି। ଏଭଳି ସହଯୋଗ ପାଇଁ ତାଂକୁ ସାଧାରଣରେ ଭୃୟସୀ ପ୍ରଶଂସା କରାଯାଇଛି।
The post ସାହାରା ଖୋଜୁଛନ୍ତି ୪ ଅନାଥ ଶିଶୁ, ସହଯୋଗର ହାତ ବଢାଇଲେ ବିନୋଦ first appeared on Sambad.from ଜିଲ୍ଲା | Sambad https://ift.tt/3xl9cDh
0 Comments