
ମାଲକାନଗିରି: କରୋନା ମହାମାରୀ କେତେ ଯେ ପରବକୁ ବନ୍ଦ କରିଦେଲା ଏବଂ ଲୋକଙ୍କ ସଂସ୍କୃତି ଓ ପରଂପରାକୁ ଭୁଲିବାକୁ ବାଧ୍ୟ କଲା ତାହା ଆଜିର ରଜ ସଂକ୍ରାନ୍ତିକୁ ଦେଖିଲେ ସ୍ପଷ୍ଟ ବାରି ହୋଇପଡୁଛି। ଆଜି ରଜ ସଂକ୍ରାନ୍ତି ଥିବା ବେଳେ କୁମାରୀ ଝିଅମାନେ ଦୋଳି ଖେଳିବାକୁ ଭଲ ପାଆନ୍ତି। ତେବେ ଲକ୍ ଡାଉନ ଯୋଗୁଁ ସବୁ ଧୂଳିସାତ ହୋଇଯାଇଛି। ଆଜି ସକାଳୁ ହିଁ କୁମାରୀ ଝିଅମାନେ ନୂଆ ଜାମା ପିନ୍ଧି ଘରେ ଘରେ ରଜକୁ ପାଳୁଥିବା ଦେଖିବାକୁ ମିଳିଥିଲା। ନିଜ ନିଜ ସାହିରେ ଝିଅମାନେ ସାଂଗସାଥୀଙ୍କ ମେଳ କରି ଏହି ରଜ ପରବକୁ ଉପଭୋଗ କରିଥିଲେ।
କିନ୍ତୁ ପୁଲିସର ଭୟ ସବୁବେଳେ ରହିଥିଲା। କୌଣସି ମୁହର୍ତ୍ତରେ ପୁଲିସ ଆସିବାର ଭୟ ଏହି ଝିଅ ମାନଙ୍କୁ ରହିଥିଲା। ମୁହଁରେ ମାସ୍କ ପିନ୍ଧିବାକୁ ବାଧ୍ୟ କରାଯାଇଥିବା ବେଳେ ବହୁ ଝିଅମାନେ କିନ୍ତୁ ମାସ୍କ ପିନ୍ଧିନଥିବା ଦେଖିବାକୁ ମିଳିଥିଲା। କାଁ ଭାଁ କେଉଁଠି ଦୋଳି ବନ୍ଧା ହୋଇଥିବା ବେଳେ ସେଠାରେ ମଧ୍ୟ ଝିଅ ମାନଙ୍କର ପ୍ରବଳ ଭିଡ ଦେଖିବାକୁ ମିଳିଥିଲା। ତେବେ କରୋନା କିନ୍ତୁ ରଜକୁ ଫିକା କରିଥିବା ଦେଖିବାକୁ ମିଳିଥିଲା। ପୂର୍ବ ବର୍ଷରେ ଯେଭଳି ମଜା ମଜଲିସରେ ଏହି ପରବକୁ ପାଳନ କରାଯାଇଥିଲା, ଚଳିତ ବର୍ଷ ସେସବୁ ଦେଖିବାକୁ ମିଳିନଥିଲା।
The post କରୋନା ଯୋଗୁଁ ଫିକା ପଡିଲା ରଜ; ସଜବାଜ ହୋଇ କୁମାରୀମାନେ ଘରେ ପାଳିଲେ ରଜ first appeared on Sambad.from ଜିଲ୍ଲା | Sambad https://ift.tt/3gAsC0a
0 Comments