ଜୟପୁର: କୋରାପୁଟ ଘାଟ୍ -ଜୟପୁର- ବୋରିଗୁମ୍ମା-ନବରଙ୍ଗପୁର ଏନଏଚର ପ୍ରଶସ୍ତିକରଣ ଓ ନବିକରଣ କାମ ଜାରି ରହିଛି। ଏହି ରାସ୍ତାରେ ପୂର୍ବରୁ ହେଉଥିବା ଛୋଟ ବଡ଼ ଦୁର୍ଘଟଣାକୁ ଦୃଷ୍ଟିରେ ରଖି ଆଜି ପ୍ରଶାସନ ପକ୍ଷରୁ ଗଠନ କରାଯାଇଥିବା ଆଂଚଳିକ ପରିବହନ ବିଭାଗ, ପୁଲିସ ଓ ଏନଏଚ୍ ପକ୍ଷରୁ ବ୍ଲାକ୍ ସ୍ପଟ୍ ଚୟନ କରାଯାଇଥିଲା।

୬ଟି ସ୍ଥାନରେ ବ୍ଲାକ୍ ସ୍ପଟ୍ ଚୟନ ହୋଇଥିଲା। କୋରାପୁଟ ଘାଟର ଗଙ୍ଗେଇ ମନ୍ଦିର ସମ୍ମୁଖ, ଜୟପୁର ସହରର ହାଟପଦା, କାଳିଆ ପେଟ୍ରୋଲ ଟାଙ୍କି ସମ୍ମୁଖ, ଜୟନ୍ତଗିରୀ, କୁନ୍ଦ୍ରାଗୁଡା, ଆଉଁଳି ଆଦି ସ୍ଥାନକୁ ବ୍ଲାକ୍ ସ୍ପଟ୍ ଭାବେ ଚୟନ କରାଯାଇଛି। ଏହି କମିଟି ପକ୍ଷରୁ କାହିଁକି ଓ କେଉଁ ପରିସ୍ଥିତିରେ ଛୋଟ ବଡ଼ ଦୁର୍ଘଟଣା ସଂଘଟିତ ହେଉଛି ତାହାର କାରଣ କମିଟି ଖୋଜିଥିଲେ। ଏହି କମିଟିର ରିପୋର୍ଟକୁ ନେଇ କିଭଳି ଦୁର୍ଘଟଣାର ନିରାକରଣ ହୋଇପାରିବ ସେ ଦିଗରେ ପରବର୍ତ୍ତୀ ସମୟରେ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ଜୟପୁର ଏନଏଚ ଏସଡିଓ ଇଂ .ବିନୋଦ ବଗର୍ତ୍ତୀ। ଆଜି ଏହି କମିଟିରେ ଏମଭିଆଇ ପିଏନ୍ ରାଓ , ଏନଏଚର ଏସଡିଓ ଇଂ.ବଗର୍ତ୍ତୀ,କନିଷ୍ଠ ଯନ୍ତ୍ରୀ ଇଂ.ଗୌତମ ପ୍ରକାଶ ବିଶ୍ବାଳ, ଇଂ. ଚକ୍ରଧର ସାହୁ, ବୋରିଗୁମ୍ମା ଥାନାର ଏଏସଆଇ ପ୍ରକାଶ କୁମାର ମିଶ୍ର, ଜୟପୁରଟାଉନ ଓ ସଦରଥାନାର ପୁଲିସ ଅଧିକାରୀ ଭାଗ ନେଇଥିଲେ।

The post ବୋରିଗୁମ୍ମା-ଜୟପୁର-ନବରଙ୍ଗପୁର ଏନଏଚ ୨୬ରେ ୬ବ୍ଲାକ୍ ସ୍ପଟ୍ ଚୟନ first appeared on Sambad.

from ଜିଲ୍ଲା | Sambad https://ift.tt/3qA1CCC