
ଭବାନୀପାଟଣା : କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ୍ ଚାଞ୍ଚେର ଗ୍ରାମର ଲଖନା ମାଝିଙ୍କ ପୁଅଙ୍କ ନିର୍ବନ୍ଧ ପାଇଁ କର୍ଲାପାଟ ନିକଟ ଟିକ୍ରାପଡ଼ା ଗ୍ରାମକୁ ୨ଟି ପିକଅପ୍ ଭ୍ୟାନ୍ରେ ୫୦ରୁ ଅଧିକ ମହିଳା ଓ ପୁରୁଷ ଯାଇଥିଲେ। ନିର୍ବନ୍ଧ ସାରି ସନ୍ଧ୍ୟାରେ ଫେରୁଥିବା ବେଳେ ପୁରୁଣାଗୁମା ନିକଟରେ ଗୋଟିଏ ଭ୍ୟାନ୍ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଫଳରେ ଭ୍ୟାନ୍ରେ ବସିଥିବା ୧୦ରୁ ଅଧିକ ଲୋକ ଗୁରୁତର ଆହତ ହୋଇଥିଲେ।
ସେମାନଙ୍କୁ ଭବାନୀପାଟଣା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ବିଳମ୍ବିତ ରାତିରେ ଚାଞ୍ଚେର ଗ୍ରାମର ଭୀମ ସାଗରଙ୍କ ମୃତ୍ୟୁ ହୋଇଛି। ଡ୍ରାଇଭର୍ ମଦ୍ୟପାନ କରିଥିବାରୁ ଏଭଳି ଦୁର୍ଘଟଣା ଘଟିଥିଲା ବୋଲି ଅନ୍ୟ ଯାତ୍ରୀମାନେ କହୁଛନ୍ତି। ଘଟଣାସ୍ଥଳରୁ ଡ୍ରାଇଭର ଫେରାର ଥିବା ଜଣାପଡ଼ିଛି।
The post ନିର୍ବନ୍ଧରୁ ଫେରୁଥିବା ବେଳେ ଓଲଟିଲା ପିକ୍ଅପ୍, ଜଣେ ମୃତ, ୧୦ରୁ ଅଧିକ ଯାତ୍ରୀ ଗୁରୁତର first appeared on Sambad.from ଜିଲ୍ଲା | Sambad https://ift.tt/3qE77Qs
0 Comments