ଧର୍ମଶାଳା : ଧର୍ମଶାଳା ବଜାର ନିକଟ ସିଂହାରଶୁଣି ମଠରେ ସିଗାରେଟ୍ ସହିତ ବ୍ରାଉନ୍ ସୁଗାର ଖାଉଥିବା ବେଳେ ୪ ଯୁବକଙ୍କୁ ପୁଲିସ ଉଠାଇ ଆଣିଛି। କିଛିଦିନ ହେଲା ଏଠାରେ ୧୦ରୁ ଅଧିକ ଯୁବକ ମଦ୍ୟପାନ ସାଙ୍ଗକୁ ବ୍ରାଉନସୁଗାର ଭର୍ତ୍ତି ସିଗାରେଟ୍ ଓ ଗଞ୍ଜେଇ ଟାଣୁଥିବା ଅଭିଯୋଗ ହୋଇ ଆସୁଥିଲା। ଧର୍ମଶାଳା ଥାନାଧିକାରୀ ସରୋଜ କୁମାର ସାହୁ ସୋମବାର ସଂଧ୍ୟାରେ ଉକ୍ତ ମଠରେ ଅତର୍କିତ ଚଢ଼ଉ କରିଥିଲେ। ଏହି ସମୟରେ ଏଠାରେ ୪ଜଣ ଯୁବକ ବ୍ରାଉନ ସୁଗାର ଖାଉଥିଲେ। ସଂପୃକ୍ତ ଯୁବକଙ୍କୁ ଥାନାକୁ ଧରିଆଣି ତାଗିଦ୍‌ କରାଯାଇଥିଲା। ଭବିଷ୍ୟତରେ ଆଉ ନିଶାପାଣି ସେବନ କରିବେ ନାହିଁ ବୋଲି ଲିଖିତ ଚୁକ୍ତିନାମା କରିବା ପରେ ଯୁବକମାନେ ଛାଡ଼ ପାଇଥିଲେ।

ସୂଚନାଯୋଗ୍ୟ, ଜାରକା ବଜାର ନିକଟ କାଜୁ ଜଙ୍ଗଲରେ ନିଶାସକ୍ତ ଯୁବକମାନେ ବ୍ରାଉନସୁଗାର ସେବନ କରୁଛନ୍ତି। ପୁଲିସ୍‌ ଏଠାରେ ବାରମ୍ବାର ଚଢ଼ଉ କରୁଥିଲେ ମଧ୍ୟ ସେମାନଙ୍କ ଉପରେ କୌଣସି ପ୍ରଭାବ ପଡ଼ୁନାହିଁ। ସେହିପରି ଲାଙ୍ଗୁଡ଼ି ପାହାଡ଼, ଜାରକା, କୁୂମାରୀ କଲୋନି, ଭୁବନ ବାଲିଘାଟ କାଳୀ ମନ୍ଦିର, ଉତ୍ତର ଶାସନ ଗାଁ ଅମରେଶ୍ବରୀ ମନ୍ଦିର ଆଦି ବିଭିନ୍ନ ସ୍ଥାନରେ ବ୍ରାଉନସୁଗାର କାରବାର ଓ ବ୍ୟବହାର ହେଉଥିବା ଅଭିଯୋଗ ହେଉଛି।

The post ବ୍ରାଉନସୁଗାର ଖାଉଥିବା ୪ଯୁବକଙ୍କୁ ଉଠାଇନେଲା ପୁଲିସ୍‌ first appeared on Sambad.

from ଜିଲ୍ଲା | Sambad https://ift.tt/3hdYR5t