
ବ୍ୟାସନଗର : ସୋମବାର ଯାଜପୁରରୋଡ ପୁଲିସ ପକ୍ଷରୁ କୋଭିଡ ନିୟମ ଉଲ୍ଲଂଘନ କରୁଥିବା ଓ ବିନା ହେଲମେଟ୍ରେ ବାଇକ୍ରେ ବୁଲୁଥିବା ଅମାନିଆ ତଥା କିଛି ଦୋକାନୀଙ୍କ ଠାରୁ ୬୦ ହଜାର ଟଙ୍କାର ଜରିମାନା ଆଦାୟ କରାଯାଇଛି। ଦୁଇଦିନ ସପ୍ତାହାନ୍ତ ବନ୍ଦପରେ ସୋମବାର ବ୍ୟାସନଗର ସହରରେ ବଜାର ଖୋଲିଥିଲା। ବଜାରରେ ପ୍ରବଳ ଗହଳି ଲାଗିରହିଥିଲା। ତେଣୁ ପୁଲିସ ବିଭିନ୍ନ ଛକ ଓ ବଜାରରେ ଯାଞ୍ଚ କରିଥିଲା। ସରକାରୀ ଘୋଷଣାରେ ନଥିବା କିଛି ଦୋକାନ ଖୋଲିଥିବାରୁ ୭ ହଜାର ଓ ବିନା ମାସ୍କ, ବିନା ହେଲମେଟ ଅମାନିଆଙ୍କ ଠାରୁ ୫୩ ହଜାର ଟଙ୍କା ଆଦାୟ କରାଯାଇଥିବା ଥାନା ଅଧିକାରୀ ଅନିଲ କୁମାର ମହାନ୍ତି ସୂଚନା ଦେଇଛନ୍ତି।
ତ୍ରିବେଣୀରେ ଚଢ଼ଉ, ୫ ହଜାର ଜରିମାନା ଆଦାୟ
ବ୍ୟାସନଗର : ବ୍ୟାସନଗର ମୁଖ୍ୟ ବଜାରରେ ଥିବା ତ୍ରିବେଣୀ ଦୋକାନ ଉପରେ ସୋମବାର ପୁଲିସର ସ୍ପେଶାଲ ସ୍କ୍ବାର୍ଡ ଚଢ଼ଉ କରିଥିଲା। ସ୍କ୍ବାର୍ଡର ସବିତା ଜେନା ସଦଳବଳେ ଏହି ଦୋକାନ ଉପରେ ଚଢ଼ଉ କରି ୫ହଜାର ଟଙ୍କା ଜରିମାନା ଆଦାୟ କରିଥିଲେ। ତ୍ରିବେଣୀ ଦୋକାନର ଆଗ ସଟର ବନ୍ଦ ରହିଥିଲେ ମଧ୍ୟ ପଛଦ୍ବାର ଖୋଲି ପୋଷାକ ଓ ଶାଢ଼ୀ ବେପାର ଚାଲିଥିଲା। ବହୁ ଗ୍ରାହକ ଭିଡ଼ କରି ଦୋକାନରୁ କିଣାକିଣି କରୁଥିଲେ। କୌଣସି ସୂତ୍ରରୁ ଖବର ପାଇ ସ୍କ୍ବାର୍ଡ ପକ୍ଷରୁ ଚଢ଼ଉ କରାଯାଇଥିଲା।
from ଜିଲ୍ଲା | Sambad https://ift.tt/3A5UHW1
0 Comments