ଛତ୍ରପୁର: ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ଚଳିତ ବର୍ଷର ମାଟ୍ରିକ୍ ପରୀକ୍ଷା ଫଳାଫଳ ପ୍ରକାଶ ପାଇଛି। ଗଞ୍ଜାମ ଜିଲ୍ଲାରେ ଚଳିତ ବର୍ଷ ୯୮.୭୬ ପ୍ରତିଶତ ଛାତ୍ରଛାତ୍ରୀ ପାସ୍ କରିଛନ୍ତି। ୪୬ ହଜାର ୮୨୧ ଜଣ ମାଟ୍ରିକ୍ ପାସ୍ କରିଥିବା ବେଳେ ୪୦୧ ଜଣ ପିଲା ଫେଲ୍ ହୋଇଛନ୍ତି। ଏ-୧ରେ ୩୭୫, ଏ-୨ରେ ୨୦୯୯ ଜଣ ଛାତ୍ରଛାତ୍ରୀ ପାସ୍ କରିଛନ୍ତି। ସେହିପରି ବି-୧ରେ ୪୭୫୩, ବି-୨ରେ ୮୧୬୮, ସି ଗ୍ରେଡ୍ରେ ୧୨ ହଜାର ୧୩୩, ଡି ଗ୍ରେଡ୍ରେ ୧୪ ହଜାର ୪୭୪, ଇ ଗ୍ରେଡ୍ରେ ୪୮୧୯ ଜଣ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି। ସୂଚନାଯୋଗ୍ୟ, କରୋନା ମହାମାରୀ ପାଇଁ ଚଳିତ ବର୍ଷ ମେ’୩ ତାରିଖରୁ ଆରମ୍ଭ ହୋଇଥିବା ମାଟ୍ରିକ୍, ମଧ୍ୟମା, ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷାକୁ ବାତିଲ କରାଯାଇଥିଲା। ପରୀକ୍ଷଆ ଫଳାଫଳ ନିର୍ଣ୍ଣୟ କରିବା ପାଇଁ ବୋର୍ଡ ପକ୍ଷରୁ ବିକଳ୍ପ ମୂଲ୍ୟାୟନ ବ୍ୟବସ୍ଥା ଅବଲମ୍ବନ କରାଯାଇଥିଲା। ମାଟ୍ରିକ୍ ରେଗୁଲାର ପରୀକ୍ଷାର୍ଥୀଙ୍କ ପାଇଁ ନବମ ଶ୍ରେଣୀର ଅର୍ଦ୍ଧବାର୍ଷିକ ଓ ବାର୍ଷିକ ପରୀକ୍ଷା ନମ୍ବର ଏବଂ ଦଶମ ଶ୍ରଣୀର ହୋଇଥିବା ଚାରୋଟି ଅଭ୍ୟାସ ପରୀକ୍ଷାରୁ ଶେଷ ତିନୋଟି ଅର୍ଥାତ୍ ଦ୍ୱିତୀୟ, ତୃତୀୟ ଓ ଚତୁର୍ଥ ପରୀକ୍ଷାର ନମ୍ବରକୁ ବିଚାରକୁ ନିଆଯାଇଥିଲା। ନବମ ଶ୍ରଣୀ ପାଇଁ ୪୦ ପ୍ରତିଶତ େଓଟେଜ୍ ଦେବାକୁ ବୋର୍ଡ କର୍ତ୍ତୃପକ୍ଷ ନିଦେ୍ର୍ଦଶ ଦେଇଥିଲେ।

ନବମ ଶ୍ରେଣୀର ଦୁଇଟି ପରୀକ୍ଷାର ସର୍ବାଧିକ ନମ୍ବର ଓ ଦଶମ ତିନୋଟି ପରୀକ୍ଷାର ଦୁଇଟି ସର୍ବାଧିକ ନମ୍ବରକୁ ବୋର୍ଡ କର୍ତ୍ତୃପକ୍ଷ ମେଣ୍ଟର ସ୍କୁଲ ଜରିଆରେ ମାଗିଥିଲେ। ନବମ ଶ୍ରେଣୀର ଦୁଇଟି ପରୀକ୍ଷା ଏବଂ ଦଶମ ଶ୍ରେଣୀର ଅଭ୍ୟାସ ପରୀକ୍ଷାରେ ଅନୁପସ୍ଥିତ ଛାତ୍ରଛାତ୍ରୀ ହିଁ ଫେଲ୍ ହୋଇଛନ୍ତି। ବାକି ଜିଲ୍ଲାର ସବୁ ପିଲା ପରୀକ୍ଷାରେ ପାସ୍ ହୋଇଥିବା ଜିଲ୍ଲା ଶିକ୍ଷାଧିକାରୀ ଅମୂଲ୍ୟ କୁମାର ପ୍ରଧାନ ସୂଚନା ଦେଇଛନ୍ତି। ପ୍ରକାଶ ଥାଉକି ଯେ, ଗଲାବର୍ଷରେ ଜିଲ୍ଲାରେ ୩୭ ହଜାର ୪୭୭ ଛାତ୍ରଛାତ୍ରୀ ପାସ୍ ହୋଇଥିବା ବେଳେ ୮ ହଜାର ୨୨୪ ଜଣ ଫେଲ୍ ହୋଇଥିଲେ। ଗଲାବର୍ଷ ଜିଲ୍ଲାରେ ୮୨ ପ୍ରତିଶତ ଛାତ୍ରଛାତ୍ରୀ ପାସ୍ କରିଥିଲେ। ସେଥିରୁ ୧୪୯ ଜଣ ଏ- ୧ରେ, ୯୧୩ ଜଣ ଏ-୨ରେ, ବି-୧ରେ ୧୯୩୫, ବି-୨ରେ ୩୧୯୧, ସି ଗ୍ରେଡ୍ରେ ୪୮୫୨ , ଡି ଗ୍ରେଡ୍ରେ ୮୫୫୦ , ଇ ଗ୍ରେଡ୍ରେ ୧୭୮୮୭ ଜଣ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଥିଲେ।

The post ଚଳିତ ମାଟ୍ରିକ୍ ପରୀକ୍ଷାରେ ଗଞ୍ଜାମରେ ୯୮.୭୬ ପ୍ରତିଶତ ଛାତ୍ରଛାତ୍ରୀ ପାସ୍ first appeared on Sambad.

from ଜିଲ୍ଲା | Sambad https://ift.tt/2SqcndW