
ହରିଚନ୍ଦନପୁର : ହରିଚନ୍ଦନପୁର ଥାନା ଖେଦାପଡ଼ା ଗ୍ରାମର ସୁନିଆ ମୁଣ୍ଡାଙ୍କ ପତ୍ନୀ ଯମୁନା ମୁଣ୍ଡା (୨୬)ଙ୍କ ୯ ତାରିଖରେ ସାପ କାମୁଡ଼ାରେ ମୃତ୍ୟୁ ଘଟିଥିଲା। ସୁନିଆ ଓ ପତ୍ନୀ ଯମୁନା ଶ୍ବଶୁର ଘର କାଳିଆଦୁମା ଗ୍ରାମକୁ ଆସିଥିଲେ। ୯ ତାରିଖ ରାତିରେ ଶୋଇଥିବାବେଳେ ଯମୁନାଙ୍କୁ ଏକ ବିଷାକ୍ତ ସାପ କାମୁଡ଼ଥିଲା। ଡାକ୍ତରଖାନା ଆଣିବା ରାସ୍ତାରେ ତାଙ୍କର ମୃତ୍ୟୁ ଘଟିଥିଲା। ଗତକାଲି ସକାଳେ ଯମୁନାଙ୍କ ଶବକୁ ପରିବାର ଲୋକେ ପୋତି ଦେଇଥିଲେ। ଏନେଇ ଥାନାରେ ଅଭିଯୋଗ ହେବା ପରେ ମାଜିଷ୍ଟ୍ରେଟ ତଥା ତହସିଲଦାର ପ୍ରଶାନ୍ତ କୁମାର ସେଠୀଙ୍କ ଉପସ୍ଥିତରେ ପୁଲିସ ପୋତା ଯାଇଥିବା ଶବକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ କେନ୍ଦୁଝର ଡାକ୍ତରଖାନା ପଠାଇଛି। ଏସ୍ଆଇ ସୁକଲ କୁମାର ଥେମୁରିଆ କେସ୍ ନମ୍ବର ୧୨/୨୧ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛନ୍ତି।
The post ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ first appeared on Sambad.from ଜିଲ୍ଲା | Sambad https://ift.tt/2Swfa5j
0 Comments