
ବ୍ରହ୍ମପୁର : ଟାଟା ମୋଟର୍ସରେ ଚାକିରି ଦେବା ନାଁରେ ଟଙ୍କା ଠକେଇ ଅଭିଯୋଗରେ ଗିରଫ ହୋଇଥିବା ଗୋପାଳପୁର ବିଧାୟକ ଡ. ପ୍ରଦୀପ ପାଣିଗ୍ରାହୀଙ୍କ ଆଉ ଏକ ମାମଲାର ଜାମିନ୍ ଖାରଜ ହୋଇଛି। ଏଡିଜେ-୧ ଡ. ପ୍ରସନ୍ନ ପଣ୍ଡା ଜାମିନ୍ ଆବେଦନର ଶୁଣାଣି କରି ଆଜି ଖାରଜ୍ କରିଛନ୍ତି। ଜାମିନ୍ ପାଇଁ ହାଇକୋର୍ଟରେ ଆବେଦନ କରାଯିବ ବୋଲି ତାଙ୍କର ଓକିଲ କହିଛନ୍ତି।
ଗଞ୍ଜାମ ଜିଲ୍ଲା ରଙ୍ଗେଇଲୁଣ୍ଡା ବ୍ଲକ୍ ଗୋଳନ୍ଥରା ଥାନା ଅନ୍ତର୍ଗତ ମାଝିଗାଁର ବି. ଶିବ ପାତ୍ର ଟାଟା ମୋଟର୍ସରେ ଚାକିରି ପାଇବା ଆଶାରେ ବିଧାୟକଙ୍କୁ ଗତ ୨୦୧୯ ଅକ୍ଟୋବର ୨୦ତାରିଖରେ ବ୍ରହ୍ମପୁରସ୍ଥିତ ତାଙ୍କ ବାସଭବନରେ ୨ ଲକ୍ଷ ଟଙ୍କା ଦେଇଥିଲେ। ଏଥିପାଇଁ ବିଧାୟକଙ୍କ ସହଯୋଗୀ ସର୍ବେଶ୍ବର ରାଓ ତାଙ୍କୁ ପ୍ରବର୍ତ୍ତାଇ ଥିଲେ। କିନ୍ତୁ ଚାକିରି ମିଳି ନଥିଲା। ସେ ଠକେଇର ଶିକାର ହୋଇଥିବା ଜାଣିବାକୁ ପାଇଥିଲେ। ଏହାକୁ ନେଇ କୋର୍ଟରେ ମାମମଲା ରୁଜୁ କରିଥିଲେ। ଗତ ଏପ୍ରିଲ୍ ୨୦ତାରିଖରେ କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଶିବ ଗୋଳନ୍ଥରା ଥାନାରେ ଏତଲା ଦେବା ପରେ କେସ୍ ନମ୍ବର ୧୨୦/୨୧ ଅନୁସାରେ ଏକ ଠକେଇ ମାମଲା ରୁଜୁ ହୋଇଥିଲା। ଏହି ମାମଲାରେ ଗତ ମେ ୧୯ତାରିଖରେ ବ୍ରହ୍ମପୁର ପୁଲିସ ବିଧାୟକ ପ୍ରଦୀପ ଓ ସହଯୋଗୀ ସର୍ବେଶ୍ବରଙ୍କୁ ବ୍ରହ୍ମପୁର ଏସ୍ଡିଜେଏମ୍ଙ୍କ କୋର୍ଟରେ ହାଜର କରିଥିଲା। ଏହି ମାମଲାରେ ରିମାଣ୍ଡ ଲଗାଇବା ପରେ ପୁଣିଥରେ ଉଭୟଙ୍କୁ ଭୁବନେଶ୍ବର ଝାରପଡ଼ା ଜେଲ୍କୁ ନିଆଯାଇଥିଲା।
The post ଟାଟା ମୋଟର୍ସରେ ଚାକିରି ନାଁରେ ଠକେଇ ମାମଲା: ବିଧାୟକ ପ୍ରଦୀପଙ୍କ ଜାମିନ୍ ଖାରଜ first appeared on Sambad.from ଜିଲ୍ଲା | Sambad https://ift.tt/2SWOSt3
0 Comments