ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଆନ୍ଧ୍ରପ୍ରଦେଶରେ ଗ୍ରେହାଉଣ୍ଡ ଯବାନ ଗତତିନି ଦିନ ତଳେ ଏନକାଉଣ୍ଟରରେ ୬ ଜଣ ହାର୍ଡକୋର ନକ୍ସଲଙ୍କୁ ମାରିଥିବା ବେଳେ ସେଥିମଧ୍ୟରୁ ରଣଦେବ ଅରଫ ଅର୍ଜୁନ ମଧ୍ୟ ଥିଲା। ଯିଏ କି ଗତ ୧୫ ବର୍ଷ ଧରି ମାଲକାନଗିରି ଏବଂ କୋରାପୁଟ ଅଂଚଳରେ ନିଜର ଦବଦବା ଜାହିର କରିପାରିଥିଲା। ରଣଦେବର ପୈତୃକ ଗ୍ରାମ କାଲିମେଳା ବ୍ଲକର ବଡିଗେଟା ପଞ୍ଚାୟତର ଟେକଗୁଡା ଗ୍ରାମ।ତେବେ ଏନକାଉଣ୍ଟର ଖବର ପରିବାର ଲୋକେ ଜାଣିବା ପରେ ଆନ୍ଧ୍ରକୁ ଯାଇ ରଣଦେବର ମୃତ ଦେହକୁ ନିଜ ଗ୍ରାମକୁ ଆଣିଥିଲେ। ରଣଦେବର ମୃତ ଦେହ ଗ୍ରାମରେ ପହଞ୍ଚିବା ପରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିଲା। ଶବ ଆଣିବା ସମୟରେ ମାଲକାନଗିରି ପ୍ରଶାସନ ସହଯୋଗ କରିଥିଲା। ରଣଦେବକୁ ମାରିବା କିମ୍ବା ଆତ୍ମସମର୍ପଣ କରାଇବା ପାଇଁ ମାଲକାନଗିରି ପୁଲିସ ବହୁ ଚେଷ୍ଟା କରିଥିଲା।

ଏପରିକି ଦୁଇ ତିନି ଥର ଏସଓଜି ଯବାନ ଏବଂ ଡିଭିଏଫ ଯବାନ ରଣଦେବକୁ ଟାର୍ଗେଟ କରିଥିଲେ ମଧ୍ୟ ବଫଳ ହୋଇଥିଲେ। ସବୁ ସମୟରେ ଜଂଗଲରେ ଖସି ପଳାଇବାରେ ସକ୍ଷମ ହେଉଥିଲା। ତେବେ ଆନ୍ଧ୍ର ଗ୍ରେହାଉଣ୍ଡ ଯବାନଙ୍କ କବଳରୁ କିନ୍ତୁ ବର୍ତ୍ତି ପାରିନଥିଲା। କୌଣସି ଏକ ବଡ ଧରଣର ଅଘଟଣ ଘଟାଇବା ନେଇ ଯୋଜନା ପ୍ରସ୍ତୁତ କରୁଥିବା ବେଳେ ଗ୍ରେହାଉଣ୍ଡ ଯବାନ ଚଢାଉ କରିଥିଲେ। ପୁଲିସ ପାଇଁ ଥିଲା ଏହା ବଡ ଚ୍ୟାଲେଞ୍ଜ ଏବଂ ସଫଳତା ମିଳିଥିବା କୁହାଯାଇଛି। ରଣଦେବ ନାମରେ ୫ ଲକ୍ଷ ଟଂକା ପୁରସ୍କାର ରାଶି ରହିଥିଲା। ନିଜର ସଂପ୍ରଦାୟର ରୀତିନୀତି ହିସାବରେ ରଣଦେବର ଶବ ସତ୍କାର କରାଯାଇଥିବା ଜଣାପଡିଛି।

The post ମାଓନେତା ରଣଦେବର ମୃତଦେହ ଟେକଗୁଡା ଗ୍ରାମରେ ପହଞ୍ଚିଲା first appeared on Sambad.

from ଜିଲ୍ଲା | Sambad https://ift.tt/3gIrmcK