ବାରିପଦା: ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ। ମୟୂରଭଞ୍ଜ ଜିଲ୍ଲାର ବେତନଟୀ ଥାନା ଅଧୀନ କୃଷ୍ଣଚନ୍ଦ୍ରପୁର କେନ୍ଦୁଖାଲ ପୋଲ ନିକଟସ୍ଥ କଲଭର୍ଟ ନିକଟରୁ ଜଣେ ଅପରିଚିତା ଯୁବତୀଙ୍କ ମୃତ ଦେହ ଉଦ୍ଧାର କରାଯାଇଛି। ଦୁଷ୍କର୍ମ ପରେ ତାଙ୍କୁ ହତ୍ୟା କରାଯାଇ ଥିବାର ଅନୁମାନ କରାଯାଉଛି।
ଯୁବତୀ ଜଣକ ନାଲି ଛିଟ ଶାଢି, ଲାଲ ଶାୟା, ଲାଲ ବ୍ଲାଉଜ଼ ଓ ଚପଲ ପିନ୍ଧିଛନ୍ତି। ସମ୍ଭବତଃ ବାହାରକୁ କାମ କରିବାକୁ ଯାଇ ଫେରିବା ସମୟରେ ଯୁବତୀ ଜଣକ କୌଣସି ଦୁର୍ବୃତ୍ତ ହାବୁଡ଼ରେ ପଡ଼ିଛନ୍ତି। ବେତନଟୀ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି।

The post ଅପରିଚିତା ଯୁବତୀଙ୍କ ମୃତଦେହ ଉଦ୍ଧାର: ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ! first appeared on Sambad.

from ଜିଲ୍ଲା | Sambad https://ift.tt/3iqENPs