
ଲରମ୍ଭା : ପାଟଣାଗଡ଼ ବ୍ଲକ୍ ରାମପୁରଠାରେ କର୍ପୁର ପୁଟେଲ ନାମ୍ନୀ ଜଣେ ୭୫ବର୍ଷୀୟା ବୃଦ୍ଧା ଏକ ଅଜଣା ରୋଗରେ ପୀଡ଼ିତ ଥାଇ ମଧ୍ୟ ଭିକ୍ଷାବୃତ୍ତି କରି ପେଟ ପୋଷୁଥିଲେ। ଏବେ ଲକ୍ଡାଉନ୍ ଓ ସଟ୍ଡାଉନ୍ ଯୋଗୁଁ ସେ ଆଉ କୁଆଡ଼େ ଯାଇ ନପାରି ଏକ ଚାଳଛପର ଘରେ ଅସହାୟ ଅବସ୍ଥାରେ ପଡ଼ିରହିଥିଲେ।
ଏହି ଖବର ପାଟଣାଗଡ଼ ବିଡିଓ ନୀଳମାଧବ ସୁନାଙ୍କଠାରେ ପହଞ୍ଚିଥିଲା। ଖବର ପାଇ ବିଡିଓ ବୃଦ୍ଧାଙ୍କ ପାଇଁ ୧ମାସର ଚାଉଳ, ଡାଲି, ଲୁଣ, ତେଲ, ମସଲା, ଆଳୁ, ପିଆଜ, ଚିନି ଓ ବିସ୍କୁଟ ଆଦି ଶୁଖିଲା ଖାଦ୍ୟ ତାଙ୍କୁ ଦେଇଥିଲେ। ଏହାସହ ସହ ମାସ୍କ ଓ ସାନିଟାଇଜର ମଧ୍ୟ ତାଙ୍କୁ ଦେଇଥିବା ବିଡିଓ ଶ୍ରୀ ସୁନାଙ୍କ ଠାରୁ ଜଣାପଡ଼ିଛି। ବିଡିଓଙ୍କ ଏଭଳି କାର୍ଯ୍ୟକୁ ଲୋକେ ପ୍ରଶଂସା କରିଛନ୍ତି।
The post ରୋଗଣା ବୃଦ୍ଧାକୁ ରାସନ ସାମଗ୍ରୀ ଦେଲେ ବିଡିଓ first appeared on Sambad.from ଜିଲ୍ଲା | Sambad https://ift.tt/2RpKZw7
0 Comments