
ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡ ଉଲୁଣ୍ଡା ବ୍ଲକ୍ ବୀରମହାରାଜପୁର ଥାନା କୋଟସମଲାଇରେ ଫାର୍ମାସିଷ୍ଟ ଭୁଲ୍ ଇଞ୍ଜେକ୍ସନ୍ ଦେବାରୁ ଏକ ଶିଶୁର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଥିଲା। ଏହି ମାମଲାରେ କୋଟସମଲାଇ ଡାକ୍ତରଖାନାରେ କାର୍ଯ୍ୟରତ ଫାର୍ମାସିଷ୍ଟ ଗୁପ୍ତେଶ୍ବର ମେହେରଙ୍କୁ ଶୁକ୍ରବାର ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା। ତାଙ୍କ ଜାମିନ ଅାବେଦନ ଖାରଜ ହେବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।
ସୂଚନା ଥାଉ କି, ଈଶ୍ବର ଜଗଦଲାଙ୍କ ୫ ବର୍ଷର ପୁଅ ଚନ୍ଦନର ଦେହ ଖରାପ ହେବାରୁ ସେ ଫାର୍ମାସିଷ୍ଟ ଶ୍ରୀ ମେହେରଙ୍କୁ ଡାକିଥିଲେ। ଶ୍ରୀ ମେହେର ଏକ ଇଞ୍ଜେକ୍ସନ୍ ଦେବାରୁ ଶିଶୁର ସ୍ବାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିଲା। ତାଙ୍କୁ ତୁରନ୍ତ ଉଲୁଣ୍ଡା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରୁ ପୁଣି ସୋନପୁର ସଦର ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଶିଶୁର ମୃତ୍ୟୁ ଘଟିଥିଲା। ଫାର୍ମାସିଷ୍ଟଙ୍କ ଭୁଲ୍ ଇଞ୍ଜେକ୍ସନ୍ରୁ ଶିଶୁର ମୃତ୍ୟୁ ହୋଇଥିବା ଶିଶୁର ବାପା ଈଶ୍ବର ଥାନାରେ ଅଭିଯୋଗ କରିଥିଲେ।
The post ଭୁଲ୍ ଇଞ୍ଜେକସନ୍ ଯୋଗୁଁ ଶିଶୁ ମୃତ୍ୟୁ ମାମଲା: ଚିକିତ୍ସା କରିଥିବା ଫାର୍ମାସିଷ୍ଟ ଗୁପ୍ତେଶ୍ୱର ମେହେର ଗିରଫ first appeared on Sambad.from ଜିଲ୍ଲା | Sambad https://ift.tt/3uW4jPa
0 Comments