
ମାଲକାନଗିରି : ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ସୁକମା ଜିଲ୍ଲାରେ ଆଜି ପୁଣି ପୁଲିସ-ନକ୍ସଲ ମୁହାଁମୁହିଁ ହୋଇଛନ୍ତି। ଏଥିରେ ଜଣେ ମହିଳା ନକ୍ସଲ ନିହତ ହୋଇଥିବା ସୂଚନା ମିଳିଛି। ସର୍ଚ ଅପରେସନ ବେଳେ ବିପୁଳ ପରିମାଣରେ ନକ୍ସଲ ସାମଗ୍ରୀ ମିଳିଛି। ବଡ଼ ଆକ୍ରମଣ ପାଇଁ ନକ୍ସଲ ପ୍ରସ୍ତୁତି କରୁଥିଲେ ବୋଲି ପୁଲିସ ପ୍ରକାଶ କରିଛି। ସୂଚନା ଅନୁଯାୟୀ, ସୁକମା ଜିଲ୍ଲାର ଦୁର୍ଗମ ଚନ୍ଦାମେଟା, ପଟେଲପାରା, ଅଣ୍ଡାଲପାରା, ତୁଳସୀ ପାହାଡ଼ ଏବଂ କାଙ୍ଗେରଘାଟି ଏରିଆ କମିଟି ପକ୍ଷରୁ କ୍ୟାମ୍ପ କରି ବଡ଼ ହମଲା ପାଇଁ ଯୋଜନା ଚାଲିଥିବା ନେଇ ଗୁଇନ୍ଦା ସୂତ୍ରରୁ ସୂଚନା ମିଳିଥିଲା। ଏହା ପରେ ୮୦ ଏବଂ ୨୨୭ ବାଟାଲିୟନର ଯବାନମାନେ ଏହି କ୍ୟାମ୍ପ ଉପରେ ଚଢ଼ଉ କରିଥିଲେ।
The post ଏନ୍କାଉଣ୍ଟର୍ରେ ମହିଳା ନକ୍ସଲ ନିହତ first appeared on Sambad.from ଜିଲ୍ଲା | Sambad https://ift.tt/35yp6yc
0 Comments