ସୁନ୍ଦରଗଡ଼ : ନଗଦ ୧୮ ଲକ୍ଷ ୮୦ ହଜାର ୫ ଶହ ଟଙ୍କାର ହିସାବ ବହିର୍ଭୂତ ଟଙ୍କା ନେଇ ଘରକୁ ଯାଉଥିବା ସୁନ୍ଦରଗଡ଼ ଆଦିବାସୀ ଉନ୍ନୟନ ସମବାୟ ନିଗମ ନିଗମ (ଟିଡିସିସି)ର ଜିଲ୍ଲା ପ୍ରବନ୍ଧକ ଜୟପ୍ରକାଶ ମହାନ୍ତିଙ୍କୁ ସୁନ୍ଦରଗଡ଼ ଭିଜିଲାନ୍ସ ଜୁନ ୨ ତାରିଖରେ ଧରିଥିଲା। ତାଙ୍କୁ ସୁନ୍ଦରଗଡ଼ ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ୧୭ ତାରିଖ ଯାଏ ଜିଲ୍ଲା କାରାଗାରକୁ ପଠାଇ ଦେଇଥିଲେ। ଭିଜିଲାନ୍ସ କେସ୍‌ ଡାଏରି ଦାଖଲ କରିବା ପରେ ଆଜି ଶ୍ରୀ ମହାନ୍ତିଙ୍କ ଜାମିନ ନାମଞ୍ଜୁର କରିଛନ୍ତି କୋର୍ଟ। ଏହା ପରେ ସେ ଜାମିନ ପାଇଁ ଉଚ୍ଚ ନ୍ୟାୟାଳୟଙ୍କ ଦ୍ବାରସ୍ଥ ହେବେ ବୋଲି ସୂଚନା ମିଳିଛି।

ଟିଡିସିସି ଜିଲ୍ଲା ପ୍ରବନ୍ଧକ ଶ୍ରୀ ମହାନ୍ତି ଜୁନ୍‌ ୨ ତାରିଖ ସକାଳୁ ବିପୁଳ ପରିମାଣର ଟଙ୍କା ନେଇ ଝାରସୁଗୁଡ଼ାରୁ ଇଣ୍ଟରସିଟି ରେଳରେ ଭୁବନେଶ୍ବର ନିଜ ଘରକୁ ଯାଉଥିବା ସୂଚନା ପାଇ ସୁନ୍ଦରଗଡ଼ ଭିଜିଲାନ୍ସ ଡିଏସ୍‌ପି ସୁଧାଂଶୁ ପୂଜାରୀଙ୍କ ନେତୃତ୍ବରେ ଏକ ଟିମ୍‌ସୁନ୍ଦରଗଡ଼–ଝାରସୁଗୁଡ଼ା ବିଜୁ ଏକ୍ସପ୍ରେସ ୱେ ମସ୍ନିକାନୀ ଟୋଲ ପ୍ଲାଜାରେ ଛକି ତାଙ୍କୁ କାବୁ କରିଥିଲା। ତାଙ୍କ ଠାରୁ ୧୮ ଲକ୍ଷ ୮୦ ହଜାର ୫ ଶହ ଟଙ୍କା ଜବତ କରାଯାଇଥିଲା। ତେବେ ଟଙ୍କା ସମ୍ପର୍କରେ ଶ୍ରୀ ମହାନ୍ତି କୌଣସି ସନ୍ତୋଷଜନକ ଉତ୍ତର ଦେଇ ପାରି ନଥିଲେ।

The post ଟିଡିସିସି ପ୍ରବନ୍ଧକଙ୍କ ଜାମିନ ନାମଞ୍ଜୁର first appeared on Sambad.

from ଜିଲ୍ଲା | Sambad https://ift.tt/3qb6j5K