ଭବାନୀପାଟଣା : ଭବାନୀପାଟଣା ସଦରଥାନା ଅର୍ନ୍ତଗତ ବିଲେଇକୁନି ଲେବେଡ଼ ଗ୍ରାମରେ ଦୁଷ୍କର୍ମ ଅଭିଯୋଗରେ ଜଣେ ଯୁବକ ଗିରଫ ହୋଇ କୋର୍ଟଚାଲାଣ ହୋଇଛି।

ପୁଲିସ୍‌ ସୂତ୍ରରୁ ପ୍ରକାଶ ଯେ ଲେବେଡ଼ ଗ୍ରାମର ନକୁଳ ଶବର (୪୫)ଙ୍କ ସହ ଜଣେ ଯୁବତୀଙ୍କ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ୨ଜଣଙ୍କ ମଧ୍ୟରେ ଗତ ବର୍ଷେ ହେବ ପ୍ରେମ ସମ୍ପର୍କ ଥିଲା। ନକୁ​ଳ ତାଙ୍କୁ ଦୁଷ୍କର୍ମ କରିଥିବା ଯୁବତୀ ଜଣକ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ସବ୍‌ ଇନ୍ସପେକ୍ଟର ପ୍ରସନ୍ନ ବେହେରା ଘଟଣାର ତଦନ୍ତ କରି ସୋମବାର ନକୁଳକୁ ଗିରଫ କରି କୋର୍ଟଚାଲାଣ କରିଛି।

The post ଦୁଷ୍କର୍ମ ଅଭିଯୋଗରେ ଯୁବକ ଗିରଫ first appeared on Sambad.

from ଜିଲ୍ଲା | Sambad https://ift.tt/2SKKr4U