ନିୟମଗିରି: ସମସ୍ତ ବ୍ଲକ ସଦର ମହକୁମା ପରେ ନିୟମଗିରିରେ ୧୮ରୁ ୪୪ବର୍ଷ ବ୍ୟକ୍ତିଙ୍କ ଟୀକାକରଣ ଶୁଭାରମ୍ଭ ହୋଇଛି । ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଂଜୟ ଦାସ ବର୍ମା, ଜାତି ଓ ଜନଜାତି ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା ନିୟମିଗିରି ଗ୍ରସ୍ତ କରି ଡଙ୍ଗରିଆ କନ୍ଧଙ୍କ ପାଇଁ ୧୮ ରୁ ୪୪ ବର୍ଷ ଯୁବବର୍ଗଙ୍କ ଟିକାକରଣର ଶୁଭାରମ୍ଭ କରିଛନ୍ତି  ।

ନିୟମଗିରି ଅଂଚଳରେ ଅଫଲାଇନ ମାଧ୍ୟମରେ ୧୮ରୁ୪୪ ବର୍ଷର ୨୦୦ ସହ ଯୁବକଙ୍କ ପାଇଁଁ ଟିକାକରଣର ବ୍ୟବସ୍ଥା କରାଯାଇଛି । ବର୍ତ୍ତମାନ ସୁଦ୍ଧା ନିୟମଗରିରେ ବାସ କରୁଥିବା ଆଦିମ ଜନଜାତି ୬୦ରୁ୬୫ ଭାଗ ୪୫ ବର୍ଷ ବ୍ୟକ୍ତି କୁ ଟିକାକରଣ ସରିଥିବା ବେଳେ ଆଗାମୀ ଦିନରେ ସମସ୍ତେ କିପରି ଟିକା ନେବେ ସେନେଇ ସୁନିଶ୍ଚିତ କରାଇବାକୁ ଆଲୋଚନା କରି ପଦକ୍ଷେପ ନିଆଯିବ ବେଲି ସଂଜୟ ଦାସ ବର୍ମା କହିଥିଲେ  ।

The post ୧୮ ରୁ ୪୪ ବର୍ଷ ବ୍ୟକ୍ତିଙ୍କ ଟିକାକରଣ ନିୟମଗିରିରେ ଶୁଭାରମ୍ଭ first appeared on Sambad.

from ଜିଲ୍ଲା | Sambad https://ift.tt/3j45xpq