କୋରାପୁଟ: ଦକ୍ଷିଣ ପଶ୍ଚିମ ମୌସୁମୀ ପ୍ରଭାବରେ ଓଡ଼ିଶାର କୋରାପୁଟ ଜିଲ୍ଲାରେ ଆରମ୍ଭ ହୋଇଯାଇଛି ପ୍ରବଳ ବର୍ଷା। ଆଜି ଜିଲ୍ଲାରେ ୧୬୪.୪ ମିମି ବର୍ଷା ରେକର୍ଡ କରାଯାଇଥିବାବେଳେ ୧୪ଟି ବ୍ଲକ୍‌ରେ ହାରାହାରୀ ୧୧.୭୪ ବର୍ଷା ହୋଇଥିବା ଜଣାପଡିଛି। ତେବେ ଏହି ମୌସୁମୀ ବର୍ଷା ଚଳିତ ଖରିଫ ଋତୁ ଧାନ କିଣାରେ ପ୍ରଭାବ ପକାଇବା ଆରମ୍ଭ କରିଦେଲେଣି। ଆସନ୍ତାକାଲିଠାରୁ ତିନି ଯାଏ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ଆକଳନ କରାଯାଇଛି।

ଆସନ୍ତାକାଲି ଜିଲ୍ଲା ପାଇଁ ୟେଲୋ ୱାଣ୍ଣିଂ ଜାରି କରାଯାଇଥିବାବେଳେ ଧୀରେ ଧୀରେ ବର୍ଷାର ପରିମାଣ ବୃଦ୍ଧି ପାଇବ ବୋଲି ପାଣିପାଗ ବତିଭାଗ ଆକଳନ କରିଛି। ଫଳରେ ଜିଲ୍ଲାରେ ଖରିଫ ଧାନ କିଣା ନେଇ ସମସ୍ୟା ଉପୁଜିବା ଆଶଙ୍କା କରାଯାଇଛି। ଜିଲ୍ଲାରେ ଏବେ ସୁଦ୍ଧା ୧୩ହଜାର ୬୪୯ ଚାଷୀ ନାମ ପଞ୍ଜୀକରଣ କରିଛନ୍ତି। ଏବେ ସୁଦ୍ଧା ଜିଲ୍ଲାରେ ୭ହଜାର ଜଣ ଚାଷୀଙ୍କଠାରୁ ୬ ଲକ୍ଷ ୨୪ ହଜାର ୩୩୬ କୁଇଣ୍ଟାଲ ଧାନ କିଣାଶେଷ ହୋଇଛି।

ଏବେ ଯାଏ ୬୬୪୯ ଚାଷୀଙ୍କ ଠାରୁ ଧାନ କିଣାଯାଇପାରି ନାହିଁ। ତେବେ ଜିଲ୍ଲାର ୧୪ଟି ବ୍ଲକରେ ଏକାଧିକ ମଣ୍ଡିରେ ନାହିଁ ଭିତ୍ତିଭୂମି। ଜିଲ୍ଲାର କୋରାପୁଟ, କୁନ୍ଦୁରା, ଜୟପୁର, ବୈପାରିଗୁଡା, ବୋରିଗୁମ୍ମା, ନନ୍ଦପୁର, ପଟାଙ୍ଗୀ, ଲକ୍ଷ୍ମୀପୁର ଓ କୋଟାପାଡର ଏକାଧିକ ମଣ୍ଡିରେ ଖୋଲା ପଡିଆରେ ଚାଲୁଛି। ପ୍ରବଳ ବର୍ଷା ଯୋଗୁଁ ମଣ୍ଡିରେ ଧାନ ଭିଜୁଥିବାବେଳେ ଚାଷୀ ଏହାକୁ ଘୋଡାଇ ଜଗି ରହିଥିବା ଜଣାପଡିଛି। ଏହାସହ କାଟନୀଛାଟନୀ ଯୋଗୁଁ ଧାନ ବିକ୍ରି ନ ହୋଇ ପଡି ରହିଛି। ଜିଲ୍ଲାର ୧୩ଟି ଲାମ୍ପସ, ୧୮ଟି ଏସଏସଜି ଓ ଦୁଇଟି ପାଣିପଞ୍ଚାୟତ ମାଧ୍ୟମରେ ଧାନ କିଣାଯାଉଛି। ୭୧ଟି ମଣ୍ଡରୁ ୧୨ ଲକ୍ଷ ୫୦ ହଜାର କୁଇଣ୍ଟାଲ ଧାନ କିଣାଯିବାକୁ ଯୋଜନା ରହିଥିବାବେଳେ ଏବେଯାଏ ମାତ୍ର ଅଧା ହିଁ କିଣାଯାଇଛି। ମେ ପ୍ରଥମ ସପ୍ତାହରୁ ଧାନ କିଣାଯାଇ ଜୁନ ୩୦ ଯାଏ ରହିଥିବାବେଳେ ପରେ ୧୫ଦିନ ଆଉ ଧାନ କିଣାଯିବ ବୋଲି ଜଜିଲ୍ଲା ଯୋଗାଣ ବିଭାଗ ନିର୍ଦ୍ଦେଶ ଦେଇଥିଲା। ଏନେଇ ଜିଲ୍ଲା ଯୋଗାଣ ଅଧିିକାରୀ ପ୍ରଦୀପ ପଣ୍ଡା କହିଛନ୍ତିି ଯେ, ବର୍ଷାକୁ ଦୃଷ୍ଟିରେ ରଖି ବ୍ୟବସ୍ଥା ଗ୍ରହଣ କରାଯିବ। ଯେଉଁଠି ଭିତ୍ତିଭୂମି ନାହିଁ ସେଠାରେ କିପରି ଚାଷୀମାନେ ଧାନ ବିକି ପାରିବେ ସେନେଇ ବ୍ୟବସ୍ଥା ଗ୍ରହଣ କରାଯାଉଛି ବୋଲି ସେ କହିଛନ୍ତି।

The post କୋରାପୁଟରେ ଆରମ୍ଭ ହେଲା ପ୍ରଥମ ମୌସୁମୀ ବର୍ଷା first appeared on Sambad.

from ଜିଲ୍ଲା | Sambad https://ift.tt/3zc4KbL