
ସମ୍ବଲପୁର: ସମ୍ବଲପୁର ଜିଲ୍ଲା ରେଙ୍ଗାଲି ଥାନା ଅନ୍ତର୍ଗତ ବିରାଜ ଷ୍ଟିଲ କାରଖାନା ସମ୍ମୁଖରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଯାଇଛି । ଆଜି ସକାଳ ପ୍ରାୟ ୧୦ଟା ସମୟରେ ଏହି ଦୁର୍ଘଟଣା ଘଟିଥିବା ସୂଚନା ରହିଛି । ଏଥିରେ ଜଣଙ୍କର ମୃତ୍ୟ ହୋଇଯାଇଛି। ଏହା ସହ ଜଣେ ଆହତ ହୋଇଥିବା ମଧ୍ୟ ଜାଣିବାକୁ ମିଳିଛି।
ଦୁର୍ଘଟଣା ସଂପର୍କରେ ଖବର ପାଇ ରେଙ୍ଗାଲି ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି। ଏଯାବତ୍ ମୃତକଙ୍କ ପରିଚୟ ଜଣା ପଡିନି। ଟ୍ରକ ଆଉ କାର ମଧ୍ୟରେ ଘଟିଛି ଏହି ଦୁର୍ଘଟଣା ଘଟିଛି। ଟ୍ରକଟି ଝାରସୁଗୁଡାରୁ ସମ୍ବଲପୁର ଆସୁଥିଲା। କାରଟି ବିପରୀତ ଦିଗରୁ ଆସୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି। ଅଜଣା ଗାଡ଼ିଟି ଏହି ଦୁର୍ଘଟଣା ଘଟାଇ କେଉଁ ଆଡ଼େ ଫେରାର୍ ହୋଇଯାଇଛି।
The post ସମ୍ବଲପୁର: ବିରାଜ ଷ୍ଟିଲ କାରଖାନା ସମ୍ମୁଖରେ ସଡ଼କ ଦୁର୍ଘଟଣା, ଜଣେ ମୃତ first appeared on Sambad.from ଜିଲ୍ଲା | Sambad https://ift.tt/35pWkjb
0 Comments