ଦେଓଗାଁ : ଦେଓଗାଁ ବ୍ଲକ୍‌ କୁତୁର୍ଲା ଗାଁରେ ଥିବା ସଇନ୍ତଳାର ପୂର୍ବ ବିଧାୟକ ଯଜ୍ଞଶ୍ୱର ବାବୁଙ୍କ କ୍ଷେତରେ ନିଆଁ ଲାଗିଯିବାରୁ ବ୍ୟାପକ କୃଷି ସାମଗ୍ରୀ ନଷ୍ଟ ହୋଇଛି। ରବିବାର ରାତି ପ୍ରାୟ ସାଢ଼େ ୧୨ଟା ସମୟରେ ଶ୍ରୀ ବାବୁଙ୍କ କ୍ଷେତରେ କୌଣସି କାରଣରୁ ନିଆଁ ଲାଗିଯାଇଥିଲା। ଫଳରେ ସେଠାରେ ଛତୁଚାଷ ପାଇଁ ଥିବା ୧୦ ହଜାର ବିଡ଼ା ନଡ଼ା, ତିନୋଟି ପାଳଗଦା, କୃଷି ଯନ୍ତ୍ରପାତି, ପାଣିପମ୍ପ ପୋଡ଼ି ଯାଇଥିବା ଶ୍ରୀ ବାବୁ ସୂଚନା ଦେଇଛନ୍ତି।

ଦେଓଗାଁ ଅଗ୍ନିଶମ ବାହିନୀ ଖବର ପାଇବା ପରେ ରାତିସାରା ଅନିଦ୍ରା ରହି  ୬ଘଣ୍ଟା ପରେ ନିଆଁକୁ ଆୟତ୍ତ କରିଥିଲେ। ସୂଚନାଯୋଗ୍ୟ ଯେ ଶ୍ରୀ ବାବୁ ଏବେ ଗାଁରେ ରହି ନିଜ ପୁଅ ସହ ଆଧୁନିକ ପ୍ରଣାଳୀରେ ବିଭିନ୍ନ ପ୍ରକାର ଚାଷ କାର୍ଯ୍ୟ କରୁଛନ୍ତି। କେହି ଦୁର୍ବୃତ୍ତ ଏଠାରେ ନିଆଁ ଲଗାଇ ଦେଇଥିବା ସ‌ନ୍ଦେହ କରାଯାଉଛି।

The post ପୂର୍ବ ବିଧାୟକଙ୍କ ଖେତରେ ଅଗ୍ନିକାଣ୍ଡ, କୃଷି ସାମଗ୍ରୀ ଜଳିଗଲା first appeared on Sambad.

from ଜିଲ୍ଲା | Sambad https://ift.tt/3xDkNh5