ଦେଓଗାଁ : ଧାନି ବିକ୍ରି ନହେବାରୁ ଉତ୍ତ୍ୟକ୍ତ ଚାଷୀମାନେ ସୋମବାର ଦେଓଗାଁ ବ୍ଲକ୍‌ ଗୌଡ଼ଗୋଠ ପେକ୍ସରେ ତାଲା ଠୁଙ୍କିଛନ୍ତି। ସେମାନଙ୍କ କହିବା ହେଲା, ଚଳିତ ବର୍ଷ ରବି ଋତୁର ଧାନ ବିକ୍ରି ପାଇଁ ଏହି ପେକ୍ସର ୧୯୩ଜଣ ଚାଷୀ ପଞ୍ଜୀକରଣ କରିଥିଲେ। ଗତ ୧୫ ତାରିଖ ପର୍ଯ୍ୟନ୍ତ ସେମାନଙ୍କ ମଧ୍ୟରୁ ୧୪୭ଜଣଙ୍କ ଟୋକନ ଆସିଥିବାରୁ ସେମାନେ ଧାନ ବିକ୍ରି କରିସାରିଛନ୍ତି। ହେଲେ ବାକିଥିବା ୪୬ଜଣଙ୍କ ଟୋକନ ଆଜି ପର୍ଯ୍ୟନ୍ତ ଆସିନଥିବାରୁ ଧାନ ବିକ୍ରି କରିପାରି ନାହାନ୍ତି। ଏନେଇ ଗତ ୧୮ତାରିଖ ଦିନ ଗୌଡ଼ଗୋଠ ପେକ୍ସର ଚାଷୀମାନେ ଓ ନିଖିଳ ଉତ୍କଳ ଗ୍ରାମୀଣ ଚାଷୀ ମୂଲିଆ ସଂଘ ପକ୍ଷରୁ ବଲାଙ୍ଗୀର ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ଦିଆଯାଇଥିଲା। ହେଲେ ଏହାର କୌଣସି ସୁଫଳ ନମିିଳିବାରୁ ଚାଷୀମାନେ ପେକ୍ସରେ ତାଲା ଦେଇଛନ୍ତି। ରବିଧାନ ବିକ୍ରି ନ ହେବା ଯାଏ ପେକ୍ସରେ ତାଲା ବନ୍ଦ କରାଯିବ ବୋଲି କହିଛନ୍ତି।

The post ବିକ୍ରି ହେଲାନି ଧାନ, ପେକ୍ସରେ ତାଲା ଠୁଙ୍କିଲେ ଚାଷୀ first appeared on Sambad.

from ଜିଲ୍ଲା | Sambad https://ift.tt/3zKre3O