
ଧର୍ମଗଡ଼ : ସିଲ୍ କରାଯାଇଥିବା ଓଡ଼ିଶା-ଛତିଶଗଡ଼ ସୀମା ଗୁରୁବାର ଖୋଲିଛି। ଧର୍ମଗଡ଼ ପ୍ରଶାସନ ପକ୍ଷରୁ କରାଯାଇଥିବା ଅସ୍ଥାୟୀ ଚେକ୍ପୋଷ୍ଟ ଓ ମୁତୟନ ହୋଇଥିବା ପୁଲିସ ପୋଷ୍ଟକୁ ମଧ୍ୟ ହଟାଇ ଦିଆଯାଇଛି।

ଏହି ସୀମା ବାଟଦେଇ ଧର୍ମଗଡ଼, ଭବାନୀପାଟଣା ଓ ଜୁନାଗଡ଼ ସମେତ ଅନ୍ୟ ଅଂଚଳର ବ୍ୟବସାୟୀମାନେ ଛତିଶଗଡ଼ର ରାୟପୁରକୁ ବ୍ୟବସାୟ ଲାଗି ନିୟମିତ ଯାତାୟାତ କରିଥାନ୍ତି। କିନ୍ତୁ ସୀମା ସିଲ୍ ଲାଗି ଏହି ଅଞ୍ଚଳରେ ଯାତାୟାତ ସମ୍ପୂର୍ଣ୍ଣ ବନ୍ଦ ରହିଥିଲା। ଆଜି ସୀମା ଖୋଲିଲା ପରେ ପୁଣି ଥରେ ଏହି ରାସ୍ତା ଦେଇ ଯାତାୟାତ ସ୍ୱାଭାବିକ ହୋଇଛି।
The post ଖୋଲିଲା ଓଡ଼ିଶା ଛତିଶଗଡ଼ ସୀମା first appeared on Sambad.from ଜିଲ୍ଲା | Sambad https://ift.tt/35xlzA8
0 Comments