
ଦେଓଗାଁ : ଦେଓଗାଁ ଥାନା ସିଲେଟକାନି ଗାଁର ଶିଶୁବଳି ସନ୍ଦେହ ମାମଲାରେ ଗାଁର ଜଣେ ବ୍ୟକ୍ତିଙ୍କୁ ଆକ୍ରମଣ କରି ମୃତ ଶିଶୁର ବାପା ଉଗ୍ରସେନ ବଗର୍ତ୍ତି ଜେଲ୍ ଯାଇଛନ୍ତି।
ପୁଲିସ ସୂତ୍ରରୁ ପ୍ରକାଶ ଯେ ଗତ ବୁଧବାର ବଡ଼ବନ୍ଧ- କୁରୁଆଝର- ସିଲେଟକାନି ରାସ୍ତାରେ ସିଲେଟକାନିର ଗଣନାଥ ମେହେରଙ୍କୁ ଉଗ୍ରସେନ ଟାଙ୍ଗିଆରେ ଆକ୍ରମଣ କରିଥିଲେ। ଏହି ଘଟଣାର ତଦନ୍ତ କରି ପୁଲିସ ଥାନା କେସ୍ ନମ୍ବର-୧୨୪/୨୧ ଆଇପିସି ଧାରା ୩୦୭ରେ ଉଗ୍ରସେନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ବିଚାର ବିଭାଗୀୟ ଜେଲ୍ ହାଜତକୁ ପଠାଇ ଦିଆଯାଇଛି ବୋଲି ଥାନାଧିକାରୀ ପ୍ରଭାତ ରଞ୍ଜନ ମହାନ୍ତି ସୂଚନା ଦେଇଛନ୍ତି।
ପ୍ରକାଶଥାଉ କି, ୨୦୨୦ ଫେବ୍ରୁଆରି ମାସରେ ଉଗ୍ରସେନଙ୍କ ପୁଅ ବବଲୁ ବଗର୍ତ୍ତି (୧୨ବର୍ଷ)କୁ ଗୁପ୍ତଧନ ପାଇଁ କେହି ବଳି ଦେଇଥିବା ସନ୍ଦେହ କରାଯାଇଥିଲା। ଦେଓଗାଁ ପୁଲିସ ହତ୍ୟାକାରୀକୁ ଧରିବାରେ ବିଫଳ ହେବାରୁ ପୁଅ ହତ୍ୟାକାରୀକୁ ଖୋଜି ଶେଷରେ ବାପା ଅସ୍ତ୍ର ଧରିଲା ବୋଲି ଦେଓଗାଁ ଅଞ୍ଚଳରେ ଆଲୋଚନା ହେଉଛି।
The post ଦେଓଗାଁ ସିଲେଟକାନି ଶିଶୁବଳି ସନ୍ଦେହ ମାମଲା: ଜଣଙ୍କୁ ଆକ୍ରମଣ କରି ଜେଲ୍ ଗଲା ମୃତ ଶିଶୁର ବାପା first appeared on Sambad.from ଜିଲ୍ଲା | Sambad https://ift.tt/3cMBtec
0 Comments