
ବରଗଡ଼ : ଗୁରୁବାର ସଧବାମାନେ ନିଜ ପତିଙ୍କ ଦୀର୍ଘ ଜୀବନ କାମନା କରି ସାବିତ୍ରୀ ବ୍ରତ ପାଳନ କରିଥିବା ବେଳେ ବରଗଡ଼ ସହର ଉପକଣ୍ଠ ନୂଆଖୁଲିପଡ଼ାରେ ଏକ ଅନନ୍ୟ ପରମ୍ପରା ଦେଖିବାକୁ ମିଳିଛି। କିନ୍ନରମାନେ ନିଜ ଗୁରୁଙ୍କ ଦୀର୍ଘ ଜୀବନ କାମନା କରି ଅନ୍ୟ ମହିଳାଙ୍କ ସହ ମିଶି ବ୍ରତ ପାଳନ କରିଛନ୍ତି। ୨୧ ପ୍ରକାରର ଫଳ ନୈବେଦ୍ୟ ଅର୍ପଣ କରି ବରଗଛରେ ବ୍ରତ ବାନ୍ଧିଛନ୍ତି।
ତୋରା ପଞ୍ଚାୟତର ନୂଆଖୁଲିପଡ଼ାରେ ଦୀର୍ଘ ଦିନରୁ ବହୁ ସଂଖ୍ୟାରେ କିନ୍ନର ବସବାସ କରୁଛନ୍ତି। ସେମାନେ ପଡ଼ାବାସୀଙ୍କ ସହ ବିଭିନ୍ନ ପର୍ବପର୍ବାଣିରେ ସାମିଲ ହୋଇଥାନ୍ତି। ପ୍ରତିବର୍ଷ ଏହି କିନ୍ନରମାନେ ସାବିତ୍ରୀ ବ୍ରତ ପାଳନ କରିଥାନ୍ତି। ଚଳିତ ବର୍ଷ ଚୁମକି, ଆଶା, ସୋନାଲି ଏବଂ ଭାଦ୍ରବୀ ଚାରିଜଣ କିନ୍ନର ବ୍ରତ ରଖିଥିଲେ। କିନ୍ନରମାନେ ସକାଳୁ ଅନ୍ୟ ମହିଳାଙ୍କ ପରି ଉପବାସ କରିଥିବାବେଳେ ପୂର୍ବରୁ ସେମାନେ ନିକଟସ୍ଥ ବଜାରରୁ ବ୍ରତ ପାଇଁ ଆବଶ୍ୟକ ୨୧ ପ୍ରକାର ଫଳ, ନୂଆ ବସ୍ତ୍ର ତଥା ଅନ୍ୟାନ୍ୟ ପୂଜା ସାମଗ୍ରୀ କିଣିଥିଲେ। ଅପରାହ୍ନରେ ବଟ ବୃକ୍ଷ ମୂଳକୁ ପହଂଚିଥିଲେ। ବୃକ୍ଷ ମୂଳରେ ଅନ୍ୟ ମହିଳାଙ୍କ ସହ କିନ୍ନରମାନେ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରିବା ସହ ଗୁରୁଙ୍କ ଦୀର୍ଘଜୀବନ କାମନା କରିଥିଲେ।
The post ଗୁରୁଙ୍କ ପାଇଁ ସାବିତ୍ରୀ ସାଜିଲେ କିନ୍ନର first appeared on Sambad.from ଜିଲ୍ଲା | Sambad https://ift.tt/3g8pt8O
0 Comments