
ରୁପ୍ରା : ଗୁରୁଙ୍କ ଦୀର୍ଘାୟୁ କାମନା କରି କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ୍ ଅନ୍ତର୍ଗତ ନର୍ଲାରୋଡଠାରେ ସେବାକାରୀ କିନ୍ନର ସଂଘ ପକ୍ଷରୁ ଗୁରୁବାର ସାବିତ୍ରୀ ବ୍ରତ ପାଳନ କରାଯାଇଛି। ସଂଘର ସଭାପତି କାମିନୀ କିନ୍ନରଙ୍କ ନେତୃତ୍ୱରେ ପାୟଲ, ମୁସ୍କାନ, ବୁଲବୁଲ, ରୀତା, ବିନୁ, ଆରତୀ, କାଜଲ ପ୍ରମୁଖଙ୍କ ସମେତ ୧୩ ଜଣ କିନ୍ନର ବଟ ସାବିତ୍ରୀ ପୂଜା କରିଥିଲେ।
ସଧବା ନାରୀ ନିଜ ସ୍ୱାମୀଙ୍କ ମଙ୍ଗଳ ମନାସୀ ସାବିତ୍ରୀ ପୂଜା କରି ବ୍ରତ ବାନ୍ଧିଥାନ୍ତି। ହେଲେ ସେବାକାରୀ କିନ୍ନର ସଂଘର ସଭାପତି କାମିନୀ କିନ୍ନର କହିଛନ୍ତି ଯେ ଆମ କିନ୍ନରମାନଙ୍କର ଗୁରୁ ଚେଲାର ପରମ୍ପରା ରହିଛି। ପ୍ରତ୍ୟେକ କିନ୍ନରଙ୍କର ଜଣେ ଗୁରୁ ରହିଛନ୍ତି। ଗୁରୁ ହିଁ ଆମର ସର୍ବେସର୍ବା। ଏଣୁ ଆମେ କିନ୍ନରମାନେ ଆଜି ଦିନରେ ଗୁରୁଙ୍କ ମଙ୍ଗଳ ମନାସୀ ଓ ଗୁରୁଙ୍କ ଦୀର୍ଘାୟୁ କାମନା କରି ସାବିତ୍ରୀ ବ୍ରତ ପାଳନ କରିଥାଉ। ଏହା ଆଜିର ପରମ୍ପରା ନୁହଁ। ବହୁ ଦିନରୁ ଏହି ପରମ୍ପରା ଚାଲି ଆସୁଛି ବୋଲି କାମିନୀ ମତବ୍ୟକ୍ତ କରିଛନ୍ତି। ପୂଜକ ବୃନ୍ଦାବନ ମିଶ୍ର ପୂଜାକାର୍ଯ୍ୟ କରିଥିଲେ।
The post ସେବାକାରୀ କିନ୍ନର ସଂଘ ପକ୍ଷରୁ ସାବିତ୍ରୀ ବ୍ରତ first appeared on Sambad.from ଜିଲ୍ଲା | Sambad https://ift.tt/3goFSVv
0 Comments