
ସମ୍ବଲପୁର : ସମ୍ବଲପୁର ସଦର ଥାନା ଅନ୍ତର୍ଗତ ସିନ୍ଦୁରପଙ୍କ ଛକରେ ଗୁରୁବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ଘଟିଛି। ଏକ ମାଲ୍ ବୋଝେଇ ଟ୍ରକର ପଛ ଚକା ତଳେ ଚାପି ହୋଇ ୨ ଜଣ ସ୍କୁଟି ଆରୋହୀଙ୍କର ମୃତ୍ୟୁ ଘଟିଛି।

ମିଳିଥିବା ସୂଚନା ଅନୁଯାୟୀ ଗୁରୁବାର ମଧ୍ୟାହ୍ନରେ ଏକ ମାଲ୍ ବୋଝେଇ ଟ୍ରକ୍(ଡବ୍ଲୁବି୧୧ସି୭୫୪୭) କୋଲକାତାରୁ ସମ୍ବଲପୁର ଆସୁଥିଲା। ଏକ ସ୍କୁଟିରେ ଧନୁପାଲି ଥାନା ଅଧୀନ ଏଏନ୍ଗୁହା ଲେନ୍ର ଅନିରୁଦ୍ଧ ଛୁରିଆ(୩୫) ଓ ନୀଳମଣି ବଗର୍ତ୍ତି(୨୧) ସମାନ ଦିଗରେ ଆସୁଥିବା ବେଳେ ଭାରସାମ୍ୟା ହରାଇ ସ୍କୁଟି ସହିତ ପଡ଼ିଯିବାରୁ ଉକ୍ତ ମାଲ୍ ବୋଝେଇ ଟ୍ରକ୍ର ପଛ ଚକା ସେମାନଙ୍କ ଉପରେ ଚଢ଼ିଯାଇଥିଲା। ଘଟଣାସ୍ଥଳରେ ହିଁ ପଛରେ ବସିଥିବା ନୀଳମଣିଙ୍କ ମୃତ୍ୟୁ ଘଟିଥିଲା। ଗୁରୁତର ଅବସ୍ଥାରେ ଅନିରୁଦ୍ଧ ଛୁରିଆଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ବୁର୍ଲା ଭିମ୍ସାର୍କୁ ପଠାଇଥିଲେ। କିନ୍ତୁ ବାଟରେ ତାଙ୍କର ମଧ୍ୟ ମୃତ୍ୟୁ ଘଟିଥିଲା। ବୁର୍ଲାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୁଲିସ ଉଭୟ ଗାଡ଼ିକୁ ଜବତ କରିଛି।
The post ସିନ୍ଦୁରପଙ୍କରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଟ୍ରକ ଚାପାରେ ୨ ସ୍କୁଟି ଆରୋହୀ ମୃତ first appeared on Sambad.from ଜିଲ୍ଲା | Sambad https://ift.tt/3fMR9jm
0 Comments