
ସଇନ୍ତଳା : ବଲାଙ୍ଗୀର ଜିଲ୍ଲା ସଇନ୍ତଳା ରେଂଜ କଅଁସର ଗାଁରୁ ଗତ ସୋମବାର ବଲାଙ୍ଗୀର ବନ ବିଭାଗ ଏକ କଲରାପତରିଆ ବାଘର ଛାଲ ଜବତ କରି ଜଣକୁ ଅଟକ ରଖିଥିଲା। ବୁଧବାର ସକାଳୁ ଘଟଣାର ମୁଖ୍ୟ ଅଭିଯୁକ୍ତ ବିଶ୍ବାମିତ୍ର ରଣା ଜିଲ୍ଲା ବନ ଅଧିକାରୀଙ୍କ କାର୍ଯ୍ୟାଳୟରେ ଆତ୍ମସମର୍ପଣ କରି ଜେଲ୍ ଯାଇଛି।
ବନ ବିଭାଗ ସୂତ୍ରରୁ ପ୍ରକାଶ ଯେ, କଅଁସର ଗାଁରେ କଲରାପତରିଆ ବାଘଛାଲ ଥିବା ଡିଏଫ୍ଓ ସମୀର ଶତପଥୀ ସୂଚନା ପାଇଥିଲେ। ସୋମବାର କଅଁସର ଗାଁରେ ପହଞ୍ଚି ଉକ୍ତ ବାଘଛାଲ ଜବତ କରିବା ସହ ବିନୋଦ ସାହୁ ନାମକ ଜଣେ ଯୁବକକୁ ଅଟକ ରଖିଥିଲେ। ବୁଧବାର ଦିନ ପ୍ରାୟ ୧୧ଟା ସମୟରେ ମୁଖ୍ୟ ଅଭିଯୁକ୍ତ ବିଶ୍ବାମିତ୍ର ଜିଲ୍ଲା ବନଖଣ୍ତ ଅଧିକାରୀଙ୍କ ନିକଟରେ ଆତ୍ମସମର୍ପଣ କରିଥିଲା। ଅଭିଯୁକ୍ତକୁ ସଇନ୍ତଳା ସିଭିଲ କୋର୍ଟକୁ ଅଣାଯାଇଥିଲା। ତାର ଜାମିନ ନାମଂଜୁର ହେବାରୁ ତାକୁ ଟିଟିଲାଗଡ଼ ଜେଲ୍କୁ ପଠାଇ ଦିଆଯାଇଥିବା ସୂଚନା ମିଳିଛି।
The post ବାଘ ଛାଲ ଜବତ ଘଟଣା: ମୁଖ୍ୟ ଅଭିଯୁକ୍ତ ଆତ୍ମସମର୍ପଣ କରି ଜେଲ୍ ଗଲା first appeared on Sambad.from ଜିଲ୍ଲା | Sambad https://ift.tt/3jwMiF5
0 Comments