ରଗଡ଼ି : କୋରେଇ ଥାନା ଅନ୍ତର୍ଗତ ରଣପୁର ପଞ୍ଚାୟତ ଚିଙ୍ଗୁଡ଼ିପୁର ଗ୍ରାମର ପତ୍ନୀହନ୍ତା ଶିକ୍ଷକ ଅରୁଣ କୁମାର ଜେନାକୁ ଥାନାରେ ଅଟକ ରଖି କୋ‌ରେଇ ପୁଲିସ ପଚରାଉଚରା କରୁଛି।

ଗତ ମଙ୍ଗଳବାର ସକାଳେ ଅଭିଯୁକ୍ତ ଅରୁଣ ତାଙ୍କ ଶିକ୍ଷୟିତ୍ରୀ ପତ୍ନୀ ଦୀପ୍ତିମୟୀଙ୍କୁ ହତ୍ୟା କରିଥିଲେ। ସ୍ବାମୀ, ସ୍ତ୍ରୀଙ୍କ ମଧ୍ୟରେ କଳିଝଗଡ଼ା ହେବା ପରେ ଦୀପ୍ତିମୟୀ ଚାଲି ଯାଇଥିଲେ। ହେଲେ ସେ ଠାକୁର ଘରେ ଥିବା ବେଳେ ପଛପଟୁ ଅରୁଣ ଏକ ହାତୁଡ଼ି ନେଇ ତାଙ୍କ ମୁଣ୍ଡକୁ ପାହାର ପରେ ପାହାର ପିଟିଥିଲେ। ଗୁରୁତର ଦୀପ୍ତିମୟୀଙ୍କୁ କୋରେଇ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଥିବା ବେଳେ ଡାକ୍ତର ମୃତ ଘୋଷଣା କରିଥିଲେ। ଏନେଇ ବିଭିନ୍ନ ଦଫାରେ ମାମଲା ରୁଜୁ କରାଯାଇଥିବା ବେଳେ ପୁଲିସ ଅଭିଯୁକ୍ତ ଅରୁଣକୁ ଅଟକ ରଖି ଅଧିକ ପଚରାଉଚରା କରୁଛି।

The post ପତ୍ନୀହନ୍ତା ଶିକ୍ଷକ ଅଟକ first appeared on Sambad.

from ଜିଲ୍ଲା | Sambad https://ift.tt/3kqXS54