
ଜଳେଶ୍ୱର : ଜଳେଶ୍ବର ବ୍ଲକ ସୁଗୋ ଗ୍ରାମର ସ୍ବର୍ଗତ ବାଇଧର ମଣ୍ତଳଙ୍କ ପୁଅ ଶମ୍ଭୁ ୨୦ ବର୍ଷ ପୂର୍ବେ କୌଣସି କାରଣବଶତଃ ଘରୁ ଚାଲି ଯାଇଥିଲେ। ତେବେ ସେ ଗତକାଲି ଘରକୁ ଫରିବା ପରେ ପରିବାର ସମେତ ଗ୍ରାମରେ ଖୁସିର ଲହରୀ ଖେଳିଯାଇଛି।
ସୂଚନା ମୁତାବକ, ଶମ୍ଭୁ ବାହାଘରର ଦୁଇବର୍ଷ ପରେ ଗର୍ଭବତୀ ସ୍ତ୍ରୀ ଏବଂ ବାପା ମା’ଙ୍କୁ ଛାଡ଼ି କେଉଁଆଡ଼େ ପଳାଇ ଯାଇଥିଲେ। ପରିବାର ଲୋକେ ବହୁ ଖୋଜାଖୋଜି କରିବା ପରେ ମଧ୍ୟ ତାଙ୍କର କୌଣସି ସନ୍ଧାନ ମିଳିନଥିଲା। ପୁଅର ଫେରିବା ବାଟକୁ ଚାହିଁ ଚାହିଁ ବାପା ଆଖି ବୁଜିଦେଲେ। ମା’ ଶାନ୍ତିଲତା ବୋହୂଙ୍କ ଶାନ୍ତ୍ୱନା ଏବଂ ନାତୁଣୀ ସଂଗୀତାକୁ ଧରି ବହୁ ଦୁଃଖକଷ୍ଟରେ ପରିବାର ଚଳାଉଥିଲେ। ଶମ୍ଭୁ ଆଉ ଘରକୁ ଫେରିବେ ବୋଲି ପରିବାର ଲୋକେ ଆଶା ଛାଡ଼ି ଦେଇଥିଲେ ।
ତେବେ ଦୀର୍ଘ ୨୦ ବର୍ଷ ପରେ ଘରର ଠିକଣା ପଚାରି ନିଜ ଜନ୍ମସ୍ଥାନକୁ ଫେରିଛନ୍ତି ଶମ୍ଭୁ। ଶମ୍ଭୁଙ୍କୁ ଦେଖି ପରିବାର ଖୁସିରେ ଆତ୍ମହରା ହୋଇଥିଲେ। ବୁଢୀ ମା’, ସ୍ତ୍ରୀ ଏବଂ ଝିଅକୁ ଦେଖି କାନ୍ଦି ପକାଇଥିଲେ ଶମ୍ଭୁ। କିଛି ସମୟ ପାଇଁ ଏକ ଭାବବିହ୍ବଳ ପରିସ୍ଥିତି ସୃଷ୍ଟି ହୋଇଥିଲା। ପବିତ୍ର ରଥଯାତ୍ରାରେ ହଜି ଯାଇଥିବା ପୁଅ ଘରକନୁ ଫେରି ଆସିଥିବାରୁ ମହାପ୍ରଭୁ ଜଗନ୍ନାଥ ତାଙ୍କ ଗୁହାରୀ ଶୁଣିଥିବା ମା’ ଶାନ୍ତିଲତା କହିଛନ୍ତି।
The post ୨୦ ବର୍ଷ ପରେ ଘରକୁ ଫେରିଲା ପୁଅ, ପରିବାର ସମେତ ଗାଁରେ ଖୁସିର ଲହରୀ first appeared on Sambad.from ଜିଲ୍ଲା | Sambad https://ift.tt/3i3Sges
0 Comments