
ଭବାନୀପାଟଣା : ପଶ୍ଚିମ ଓଡ଼ିଶାର ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବା ଓ କଳାହାଣ୍ଡି ଜିଲ୍ଲାକୁ ସ୍ବାସ୍ଥ୍ୟସେବାରେ ଅବହେଳା ନେଇ ବିଜେପି ପକ୍ଷରୁ ପ୍ରତିବାଦ କରାଯାଇଛି। ସେହିଭଳି ବୁର୍ଲା ଭିମ୍ସାରରେ ଇକମୋ ମେସିନ୍ ଲଗାଇବା ସମେତ ୧୧ ଦଫା ଦାବି ନେଇ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ କଳାହାଣ୍ତି ଜିଲ୍ଲାପାଳଙ୍କୁ ଦାବିପତ୍ର ଦିଆଯାଇଛି।
ଜିଲ୍ଲା ବିଜେପି ସଭାପତି ଦେବେନ୍ଦ୍ର ମହାନ୍ତିଙ୍କ ନେତୃତ୍ବରେ ସୋନପୁର ପ୍ରଭାରୀ ଭବେନ୍ଦ୍ର ପଣ୍ଡା, ଭାରତ ଭୂଷଣ ଦେଓ, ଉପସଭାପତି ବଦ୍ରିନାରାୟଣ ପଟ୍ଟନାୟକ, ପ୍ରଶାନ୍ତ ସାହୁ, ସାଧାରଣ ସମ୍ପାଦକ ଜୟଶଙ୍କର ନାଏକ, ଯୁଗଳ ପୋଢ଼, ରାଜ୍ୟ ସଦସ୍ୟ ରମେଶ ମାଝୀ, ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ବିଜୟଦେବ ସାହୁ, ମହିଳା ମୋର୍ଚ୍ଚା ଜିଲ୍ଲା ସଭାପତି ନିରୁପମା ନାଏକ, ବିନିତା ଦାଶ, ବିଭୀଷଣ ସାହୁ, ଜଗବନ୍ଧୁ ସାହୁ, ସନ୍ତୋଷ ବିଶି, ଚିନ୍ମୟ ବେହେରା, ମାନସ ଜେନା, ଭଣ୍ଡେଶ୍ବର ମହାପାତ୍ର, ଚିତ୍ତରଞ୍ଜନ ପାତ୍ର, ଶରତଚନ୍ଦ୍ର ନାଏକ, ଛନ୍ଦାଚରଣ ସିଂହ, ପୀତାମ୍ବର ସାହୁ ପ୍ରମୁଖ ସାମିଲ ହୋଇଥିଲେ।
The post ବିଜେପି ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବିପତ୍ର first appeared on Sambad.from ଜିଲ୍ଲା | Sambad https://ift.tt/3yd6ikD
0 Comments